ଏନ୍ସିଇଆରଟି ପାଠ୍ୟ ପୁସ୍ତକରେ ‘ଇଣ୍ଡିଆ’ ବଦଳରେ ‘ଭାରତ’
ନୂଆଦିଲ୍ଲୀ : ଏନ୍ସିଇଆର୍ଟି ( ଜାତୀୟ ଶୈକ୍ଷିକ ଅନୁସନ୍ଧାନ ସଂସ୍ଥାନ ଏବଂ ପ୍ରଶିକ୍ଷଣ ପରିଷଦ) କମିଟିର ଏକ ପ୍ରସ୍ତାବ ଅନୁଯାୟୀ ଆଗକୁ ଏନ୍ସିଇଆରଟି ପାଠ୍ୟପୁସ୍ତକରେ ‘ଇଣ୍ଡିଆ’ ବଦଳରେ ‘ ଭାରତ’ ଲେଖାଯିବ। ଏନ୍ସିଇଆରଟି କମିଟି ସଦସ୍ୟଙ୍କ ଦ୍ବାରା ଏହି ପ୍ରସ୍ତାବକୁ ମଂଜୁରି ମିଳିଛି। ତେବେ ଏନ୍ସିଇଆରଟି ପୁସ୍ତକରେ କିଛି ପରିବର୍ତ୍ତନ ପାଇଁ କାମ କରୁଥିବା ୨୫ଟି କମିଟି ମଧ୍ୟରୁ ଏହା ଗୋଟିଏ। ଏହି ପ୍ରସ୍ତାବକୁ ଏଯାବତ ଚୂଡ଼ାନ୍ତ ସ୍ବୀକୃତି ମିଳିନାହିଁ। ପରବର୍ତ୍ତୀ ସମୀକ୍ଷା ପାଇଁ ଉକ୍ତ ପ୍ରସ୍ତାବକୁ […]
ନୂଆଦିଲ୍ଲୀ : ଏନ୍ସିଇଆର୍ଟି ( ଜାତୀୟ ଶୈକ୍ଷିକ ଅନୁସନ୍ଧାନ ସଂସ୍ଥାନ ଏବଂ ପ୍ରଶିକ୍ଷଣ ପରିଷଦ) କମିଟିର ଏକ ପ୍ରସ୍ତାବ ଅନୁଯାୟୀ ଆଗକୁ ଏନ୍ସିଇଆରଟି ପାଠ୍ୟପୁସ୍ତକରେ ‘ଇଣ୍ଡିଆ’ ବଦଳରେ ‘ ଭାରତ’ ଲେଖାଯିବ। ଏନ୍ସିଇଆରଟି କମିଟି ସଦସ୍ୟଙ୍କ ଦ୍ବାରା ଏହି ପ୍ରସ୍ତାବକୁ ମଂଜୁରି ମିଳିଛି। ତେବେ ଏନ୍ସିଇଆରଟି ପୁସ୍ତକରେ କିଛି ପରିବର୍ତ୍ତନ ପାଇଁ କାମ କରୁଥିବା ୨୫ଟି କମିଟି ମଧ୍ୟରୁ ଏହା ଗୋଟିଏ। ଏହି ପ୍ରସ୍ତାବକୁ ଏଯାବତ ଚୂଡ଼ାନ୍ତ ସ୍ବୀକୃତି ମିଳିନାହିଁ। ପରବର୍ତ୍ତୀ ସମୀକ୍ଷା ପାଇଁ ଉକ୍ତ ପ୍ରସ୍ତାବକୁ ଦିଲ୍ଲୀ ପଠାଯାଇଥିବା ଜଣାପଡ଼ିଛି। କମିଟିର ଅଧ୍ୟକ୍ଷ ସିଆଇ ଇସାକ କହିଛନ୍ତି, ପ୍ରସ୍ତାବଟି ଗତ କିଛି ମାସ ହେବ ପଡ଼ି ରହିଥିଲା ଏବଂ ଏବେ ଏହାକୁ ସ୍ବୀକୃତି ମିଳିଛି। ଉଲ୍ଲେଖଯୋଗ୍ୟ, ଦେଶର ନାଁ ଇଣ୍ଡିଆ ବଦଳରେ ଭାରତ ହେବ ବୋଲି ଜୋରଦାର ଚର୍ଚ୍ଚା ହୋଇଥିବା ବେଳେ ଏହି ସମୟରେ ଏନ୍ସିଇଆରଟି କମିଟି ଏହାର ପାଠ୍ୟ ପୁସ୍ତକରେ ଇଣ୍ଡିଆ ବଦଳରେ ଭାରତ ଛାପିବାପାଇଁ ନିଷ୍ପତ୍ତି ନେଇଛି।




