ଏନ୍ଡିଏ ଫେରିବା ଚର୍ଚ୍ଚାକୁ ନୀତୀଶଙ୍କ ଖଣ୍ଡନ
ନୂଆଦିଲ୍ଲୀ: ବର୍ଷକ ତଳୁ ଏନଡିଏ ସହ ସବୁ ସମ୍ପର୍କ ଛିନ୍ନ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ଏନ୍ଡିଏ ମେଣ୍ଟକୁ ଫେରିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। କିନ୍ତୁ ନୀତୀଶ ଆଜି ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ନୀତୀଶ କହିଛନ୍ତି, ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ସେ ବିରୋଧୀ ଇଣ୍ଡିଆ ମେଣ୍ଟକୁ ସୁଦୃଢ଼ କରିବେ। ନୀତୀଶ କହିଛନ୍ତି ଏହା ଅତି ଫାଲତୁ କଥା। ମୁଁ ଏବେ କେବଳ ଇଣ୍ଡିଆ ମେଣ୍ଟକୁ ସୁଦୃଢ଼ କରିବା ଦିଗରେ କାମ […]
ନୂଆଦିଲ୍ଲୀ: ବର୍ଷକ ତଳୁ ଏନଡିଏ ସହ ସବୁ ସମ୍ପର୍କ ଛିନ୍ନ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ଏନ୍ଡିଏ ମେଣ୍ଟକୁ ଫେରିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। କିନ୍ତୁ ନୀତୀଶ ଆଜି ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ନୀତୀଶ କହିଛନ୍ତି, ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ସେ ବିରୋଧୀ ଇଣ୍ଡିଆ ମେଣ୍ଟକୁ ସୁଦୃଢ଼ କରିବେ। ନୀତୀଶ କହିଛନ୍ତି ଏହା ଅତି ଫାଲତୁ କଥା। ମୁଁ ଏବେ କେବଳ ଇଣ୍ଡିଆ ମେଣ୍ଟକୁ ସୁଦୃଢ଼ କରିବା ଦିଗରେ କାମ କରୁଛି। ଅନ୍ୟପକ୍ଷେ
ବିଜେପି ସାଂସଦ ସୁଶୀଲ କୁମାର ମୋଦୀ କହିଛନ୍ତି, ବିଜେପିର ଦ୍ବାର ନୀତୀଶଙ୍କ ପାଇଁ ସବୁଦିନ ପାଇଁ ବନ୍ଦ ହୋଇଛି। ସେ ଗୁହାରି କଲେ ବି ତାଙ୍କୁ ଦଳକୁ ଫେରାଯିବନି । ଉଲ୍ଲେଖଯୋଗ୍ୟ ଯେ ନୀତୀଶ ଆଜି ପାଟନାରେ ବିଜେପି ଦ୍ବାରା ପରିଚାଳିତ ‘ପଣ୍ଡିତ ଦିନଦୟାଲ ଉପାଧ୍ୟାୟ’ଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି। ବିଜେପି କାର୍ଯ୍ୟକ୍ରମରେ ନୀତୀଶ ଯୋଗଦେବାକୁ ନେଇ ଚର୍ଚ୍ଚା ବଢ଼ିବାରୁ ନୀତୀଶ ଏହାକୁ ଖଣ୍ଡନ କରିଛନ୍ତି। ନୀତୀଶ କହିଛନ୍ତି, ଆମେ ସମସ୍ତଙ୍କୁ ସମ୍ମାନ କରୁ। ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜୟନ୍ତୀକୁ ଏକ ରାଜ୍ୟ କାର୍ଯ୍ୟକ୍ରମ ଭାବେ ପାଳନ କରିବାପାଇଁ ସରକାରଙ୍କ ଦ୍ବାରା ନିଷ୍ପତ୍ତି ନିଆଯାଇଥିଲା।




