ଏନ୍କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଅତୀକ୍ ଅହମଦ୍ର ପୁଅ ଅସଦ୍ର ମୃତ୍ୟୁ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଝାନ୍ସୀରେ ସ୍ପେସାଲ୍ ଟାସ୍କ୍ ଫୋର୍ସ (ଏସ୍ଟିଏଫ୍) ଏନ୍କାଉଣ୍ଟରରେ ଉମେଶ ପାଲ୍ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅତିକ୍ ଅହମଦ୍ର ପୁଅ ଅସଦ୍ ନିହତ ହୋଇଛି। ଡେପୁଟି ଏସ୍ପି ନବେନ୍ଦୁ ଏବଂ ବିମଳଙ୍କ ନେତୃତ୍ବାଧୀନ ଉତ୍ତର ପ୍ରଦେଶର ଏସ୍ଟିଏଫ୍ କରିଥିବା ଏହି ଏନ୍କାଉଣ୍ଟରରେ ଗୁଲାମ୍ ନାମକ ଆଉ ଜଣେ ଅଭିଯୁକ୍ତର ବି ମୃତ୍ୟୁ ଘଟିଛି। ତାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ମୃତ ଅସଦ୍ ଓ ଗୁଲାମ୍ ପାଖରୁ […]
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଝାନ୍ସୀରେ ସ୍ପେସାଲ୍ ଟାସ୍କ୍ ଫୋର୍ସ (ଏସ୍ଟିଏଫ୍) ଏନ୍କାଉଣ୍ଟରରେ ଉମେଶ ପାଲ୍ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅତିକ୍ ଅହମଦ୍ର ପୁଅ ଅସଦ୍ ନିହତ ହୋଇଛି। ଡେପୁଟି ଏସ୍ପି ନବେନ୍ଦୁ ଏବଂ ବିମଳଙ୍କ ନେତୃତ୍ବାଧୀନ ଉତ୍ତର ପ୍ରଦେଶର ଏସ୍ଟିଏଫ୍ କରିଥିବା ଏହି ଏନ୍କାଉଣ୍ଟରରେ ଗୁଲାମ୍ ନାମକ ଆଉ ଜଣେ ଅଭିଯୁକ୍ତର ବି ମୃତ୍ୟୁ ଘଟିଛି। ତାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ମୃତ ଅସଦ୍ ଓ ଗୁଲାମ୍ ପାଖରୁ ପୁଲିସ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରିଛି। ପୁଲିସ କହିବା ଅନୁସାରେ, ଉତ୍ତର ପ୍ରଦେଶ ‘ସ୍ପେସାଲ୍ ଟାସ୍କ୍ ଫୋର୍ସ’ ଟିମ୍ ଉପରକୁ ଦୁହେଁ ପ୍ରଥମେ ଗୁଳି ଚଳାଇଲେ। ଏସ୍ଟିଏଫ୍ ଟିମ୍ ପାଲଟା ଗୁଳି ଚଳାଇବାରୁ ଦୁହିଁଙ୍କର ମୃତ୍ୟୁ ଘଟିଲା। ସେମାନଙ୍କ ନିକଟରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ନୂଆ ସେଲ୍ଫୋନ୍ ଏବଂ ସିମ୍ କାର୍ଡ ଜବତ କରାଯାଇଛି। ଉମେଶ ପାଲ୍ ହତ୍ୟା ମାମଲାରେ ଆଜି ଅତୀକ୍ ଅହମଦ୍ଙ୍କୁ ପ୍ରୟାଗରାଜସ୍ଥିତ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ହାଜର କରାଯାଉ ଥିବା ବେଳେ ଏନ୍କାଉଣ୍ଟର୍ରେ ଅସଦ୍ର ମୃତ୍ୟୁ ଘଟିଛି। ୨୦୦୫ରେ ବହୁଜନ ସମାଜ ପାର୍ଟିର ସାଂସଦ ରାଜୁ ପାଲ୍ଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ୍। ଏଥିରେ ଅଭିଯୁକ୍ତ ଥିଲେ ଅତୀକ୍। ଫେବ୍ରୁଆରି ୨୪ ତାରିଖ ଦିନ ପ୍ରୟାଗରାଜ ବାସଭବନ ବାହାରେ ଉମେଶ ପାଲ୍ ଏବଂ ତାଙ୍କର ଦୁଇଜଣ ଅଙ୍ଗରକ୍ଷୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିରେ ଅହମଦ୍, ଅଶରଫ୍ ଏବଂ ସେମାନଙ୍କର ପରିବାରର ସଦସ୍ୟମାନେ ସମ୍ପୃକ୍ତ ବୋଲି ଉମେଶଙ୍କ ପତ୍ନୀ ଜୟା ଅଭିଯୋଗ କରିଥିଲେ।




