ଏନସିପି ପରେ ଶିବସେନାରେ ବି ଅସନ୍ତୋଷ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ବାଧୀନ ଏନ୍ସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ପରେ ଏବେ ପୁଣି ଶିବସେନା ଏନ୍ଡିଏ ସରକାରରେ କୌଣସି କ୍ୟାବିନେଟ୍ ପଦ ନପାଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳର ମୁଖ୍ୟ ସଚେତକ ଶ୍ରୀରାଙ୍ଗ ବର୍ନେ କହିଛନ୍ତି, ଆମେ କ୍ୟାବିନେଟ୍ ପାହ୍ୟା ଆଶା କରିଥିଲୁ। ବର୍ନେ କହିଛନ୍ତି, ଚିରାଗ ପାସ୍ବାନଙ୍କ ୫ ସାଂସଦଙ୍କ ମଧ୍ୟରୁ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିଲା। ଜେଡିଏସ୍ର ୨ ଜଣ ସାଂସଦ […]

Samaya Live Picture
Published On

ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ବାଧୀନ ଏନ୍ସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ପରେ ଏବେ ପୁଣି ଶିବସେନା ଏନ୍ଡିଏ ସରକାରରେ କୌଣସି କ୍ୟାବିନେଟ୍ ପଦ ନପାଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳର ମୁଖ୍ୟ ସଚେତକ ଶ୍ରୀରାଙ୍ଗ ବର୍ନେ କହିଛନ୍ତି, ଆମେ କ୍ୟାବିନେଟ୍ ପାହ୍ୟା ଆଶା କରିଥିଲୁ। ବର୍ନେ କହିଛନ୍ତି, ଚିରାଗ ପାସ୍ବାନଙ୍କ ୫ ସାଂସଦଙ୍କ ମଧ୍ୟରୁ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିଲା। ଜେଡିଏସ୍ର ୨ ଜଣ ସାଂସଦ କ୍ୟାବିନେଟ୍ ମନ୍ତ୍ରୀ ପଦ ପାଇଛନ୍ତି। କିନ୍ତୁ ଶିବସେନାର ୭ ଜଣ ସାଂସଦ ହୋଇଥିଲେ ସୁଦ୍ଧା ଶିବସେନାରୁ କାହିଁକି ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ ) ଦିଆଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ବର୍ନେ କହିଛନ୍ତି, ଶିବସେନା ହେଉଛି ବିଜେପିର ଏକ ପୁରୁଣା ସହଯୋଗୀ। ସେହି ଦୃଷ୍ଟିକୋଣରୁ ଶିବସେନାକୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିବା ଉଚିତ। ଉଲ୍ଲେଖଯୋଗ୍ୟ ଯେ ଅଜିତ ପାୱାର (ଏନ୍ସିପି) ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ପଦ ଦାବି କରିଛି।

Tags: