ଏନସିପିକୁ ଶକ୍ତ ଝଟ୍‌କା ଦେଲେ ଅଜିତ ପାୱାର, ସିନ୍ଦେ ସରକାରରେ ସାମିଲ ହେଲେ

ମୁମ୍ବାଇ : ବରିଷ୍ଠ ଏନ୍‌ସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ନେତା ଅଜିତ ପାୱାର ଆଜି ଏନ୍‌ସିପିକୁ ଶକ୍ତ ଝଟ୍‌କା ଦେଇଛନ୍ତି। ଅଜିତ ପାୱାର ୮ ବିଧାୟକଙ୍କ ସହ ଆଜି ମହାରାଷ୍ଟ୍ର ସରକାରରେ ଯୋଗ ଦେଇଛନ୍ତି। ଅଜିତ ପାୱାର ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚ୍ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ଦିଲୀପ ୱାଲସେ ପାଟିଲ, ଆଦିତି ଠାକ୍‌ରେଙ୍କ ସମେତ ମୋଟ୍‌ ୮ ଜଣ ଏନ୍‌ସିପି ବିଧାୟକ ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅଜିତ […]

Samaya Live Picture
Published On

ମୁମ୍ବାଇ : ବରିଷ୍ଠ ଏନ୍‌ସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ନେତା ଅଜିତ ପାୱାର ଆଜି ଏନ୍‌ସିପିକୁ ଶକ୍ତ ଝଟ୍‌କା ଦେଇଛନ୍ତି। ଅଜିତ ପାୱାର ୮ ବିଧାୟକଙ୍କ ସହ ଆଜି ମହାରାଷ୍ଟ୍ର ସରକାରରେ ଯୋଗ ଦେଇଛନ୍ତି। ଅଜିତ ପାୱାର ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚ୍ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ଦିଲୀପ ୱାଲସେ ପାଟିଲ, ଆଦିତି ଠାକ୍‌ରେଙ୍କ ସମେତ ମୋଟ୍‌ ୮ ଜଣ ଏନ୍‌ସିପି ବିଧାୟକ ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅଜିତ ପାୱାରଙ୍କୁ ସ୍ବାଗତ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ଆମର ଏବେ ଜଣେ ମୁଖ୍ୟମନ୍ତ୍ରୀ ଏବଂ ୨ ଜଣ ଉପମୁଖ୍ୟମନ୍ତ୍ରୀ। ଡବଲ ଇଂଜିନ ସରକାର ଏବେ ଟ୍ରିପଲ ଇଂଜିନରେ ପରିଣତ ହେଲା। ମହାରାଷ୍ଟ୍ରର ବିକାଶ ପାଇଁ ମୁଁ ଅଜିତ ପାୱାର ଏବଂ ତାଙ୍କ ନେତାମାନଙ୍କୁ ସ୍ବାଗତ କରୁଛି। ମିଳିଥିବା ସୂଚନାନୁଯାୟୀ ୫୩ ଏନ୍‌ସିପି ବିଧାୟକଙ୍କ ମଧ୍ୟରୁ ୪୩ ବିଧାୟକଙ୍କର ଅଜିତ ପାୱାରଙ୍କ ପ୍ରତି ସମର୍ଥନ ରହିଛି।
ଆଜି ଦିନ‌ରେ ଅଜିତ ପାୱାରଙ୍କ ବାସଭବନରେ ଏକ ବୈଠକ ହୋଇଥିଲା। ଏହି ବୈଠକ‌ରେ ଦଳର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ଏବଂ ବରିଷ୍ଠ ନେତା ଚ୍ଛଗନ ଭୁଜବଳ ମଧ୍ୟ ଉପସ୍ଥିତ ଥିଲେ। ତେବେ ଦଳର ରାଜ୍ୟ ସଭାପତି ଜୟନ୍ତ ପାଟିଲ ଏହି ବୈଠକରେ ଉପସ୍ଥିତ ନଥିଲେ। ଉକ୍ତ ବୈଠକ ସଂକ୍ରାନ୍ତରେ ଶରଦ ପାୱାର କିଜି ଜାଣିନଥିବା କହିଛନ୍ତି। ଶରଦ ପାୱାର କହିଛନ୍ତି, ବିରୋଧୀ ଦଳ ନେତାଭାବେ ବିଧାୟକମାନଙ୍କର ବୈଠକ ଡାକିବା ଅଧିକାର ତାଙ୍କର ରହିଛି। ସେ ନିୟମିତ ଭାବେ ତାହା କରନ୍ତି ମଧ୍ୟ। ଆଜିର ବୈଠକ ସଂକ୍ରାନ୍ତରେ ମୁଁ କିଛି ଜାଣିନାହିଁ।
ଅଜିତ ପାୱାର ଆଜି ସିନ୍ଦେ ସରକାରରେ ସାମିଲ ହେବାପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଅଜିତ ପାୱାର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଦେଶ ଆଗକୁ ବଢ଼ୁଛି। ଅନ୍ୟ ରାଷ୍ଟ୍ରରେ ବି ତାଙ୍କର ଲୋକପ୍ରିୟତା ବଢ଼ୁଛି। ପ୍ରତ୍ୟେକ ଲୋକ ତାଙ୍କୁ ସମର୍ଥନ କରୁଛନ୍ତି ଏବଂ ତାଙ୍କ ନେତୃତ୍ବକୁ ପ୍ରଶଂସା କରୁଛନ୍ତି। ଆମେ ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସେମାନଙ୍କ (ବିଜେପି) ସହ ଲଢ଼ିବୁ। ସେଥିପାଇଁ ଆମେ ଏହି ନିଷ୍ପତ୍ତି ନେଲୁ ବୋଲି ଅଜିତ ପାୱାର କହିଛନ୍ତି।

Tags: