ଏନଡିଏ ଜିତିଲେ କୃଷି ମନ୍ତ୍ରୀ ହେବାକୁ ଚାହିବି : କୁମାରସ୍ବାମୀ

ନୂଆଦିଲ୍ଲୀ : ଜେଡିଏସ ନେତା ଏଚଡି କୁମାରସ୍ବାମୀ ଆଜି କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ ଏନଡିଏର ବିଜୟ ପାଇଁ ସେ କାମ କରୁଛନ୍ତି। ତେବେ ବିଜେପି ସହ ମେଣ୍ଟ ଜାରି ରହିବ କି ନାହିଁ ତାହା ଲୋକସଭା ନିର୍ବାଚନ ପରେ ବିଜେପି ଆମ ଦଳର ନେତାମାନଙ୍କୁ କିଭଳି ବ୍ୟବହାର ଦେଖାଉଛି ତା’ ଉପରେ ନିର୍ଭର କରୁଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୋ ଉପରେ ବିଶ୍ବାସ ଥାଏ ତେବେ ମୁଁ କୃଷି ମନ୍ତ୍ରୀ […]

Samaya Live Picture
Published On

ନୂଆଦିଲ୍ଲୀ : ଜେଡିଏସ ନେତା ଏଚଡି କୁମାରସ୍ବାମୀ ଆଜି କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ ଏନଡିଏର ବିଜୟ ପାଇଁ ସେ କାମ କରୁଛନ୍ତି। ତେବେ ବିଜେପି ସହ ମେଣ୍ଟ ଜାରି ରହିବ କି ନାହିଁ ତାହା ଲୋକସଭା ନିର୍ବାଚନ ପରେ ବିଜେପି ଆମ ଦଳର ନେତାମାନଙ୍କୁ କିଭଳି ବ୍ୟବହାର ଦେଖାଉଛି ତା’ ଉପରେ ନିର୍ଭର କରୁଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୋ ଉପରେ ବିଶ୍ବାସ ଥାଏ ତେବେ ମୁଁ କୃଷି ମନ୍ତ୍ରୀ ହେବାପାଇଁ ଚାହିବି। ମାଣ୍ଡ୍ୟାରେ ପ୍ରାର୍ଥିପତ୍ର ଦାଖଲ କରିବାପରେ ଗଣମାଧ୍ୟମରେ ଏକ ବିବୃତି ରଖି କୁମାରସ୍ବାମୀ କହିଛନ୍ତି, ଭବିଷ୍ୟତରେ ଆମ ନେତାଙ୍କୁ କିଭଳି ବ୍ୟବହାର କରାଯିବ ତା’ ଉପରେ ସବୁକିଛି ନିର୍ଭର କରୁଛି। ଆମେ ଭଲରେ କାମ କରୁଛୁ ଏବଂ ବିଜେପି ସହ ଆମେ ଦୀର୍ଘକାଳୀନ ସମ୍ପର୍କ ଚାହୁଛୁ। କିନ୍ତୁ ଆମକୁ କିଭଳି ବ୍ୟବହାର ଦେଖାଯିବ ତା’ ପରେ ଆମେ ଯାଇ ମେଣ୍ଟ ଜାରି ରହିବ କି ନା’ ସେ ନିଷ୍ପତ୍ତି ନେବୁ।

Tags: