ଏନଡିଏର ବିହାର ଆସନ ବୁଝାମଣା ଚୂଡ଼ାନ୍ତ, ବିଜେପି ୧୭, ଜେଡିୟୁ ୧୬ ଆସନରେ ନିର୍ବାଚନ ଲଢ଼ିବେ

ନୂଆଦିଲ୍ଲୀ : ବିହାରରେ ଏନଡିଏର ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ବୁଝାମଣା ଅନୁଯାୟୀ ବିଜେପି ବିହାରରେ ୧୭ ଆସନରେ ନିର୍ବାଚନ ଲଢ଼ିବ। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଜେଡିୟୁ ଦଳ ୧୬ ଆସନରେ ନିର୍ବାଚନ ଲଢ଼ିବ। ବିହାର ଏନଡିଏ ମେଣ୍ଟ ସଦସ୍ୟଙ୍କ ଦ୍ବାରା ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ବିଜେପିର ସାଧାରଣ ସଚିବ ବିନୋଦ ତାୱଡ଼େଙ୍କ ଦ୍ବାରା ଆସନ ବୁଝାମଣା ସଂକ୍ରାନ୍ତରେ ଘୋଷଣା ହୋଇଛି। ବୁଝାମଣା ଅନୁଯାୟୀ ପଶ୍ଚିମ ଚମ୍ପାରନ, ପୂର୍ବୀ ଚମ୍ପାରନ, ଔରଙ୍ଗାବାଦ, […]

Samaya Live Picture
Published On

ନୂଆଦିଲ୍ଲୀ : ବିହାରରେ ଏନଡିଏର ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ବୁଝାମଣା ଅନୁଯାୟୀ ବିଜେପି ବିହାରରେ ୧୭ ଆସନରେ ନିର୍ବାଚନ ଲଢ଼ିବ। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଜେଡିୟୁ ଦଳ ୧୬ ଆସନରେ ନିର୍ବାଚନ ଲଢ଼ିବ। ବିହାର ଏନଡିଏ ମେଣ୍ଟ ସଦସ୍ୟଙ୍କ ଦ୍ବାରା ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ବିଜେପିର ସାଧାରଣ ସଚିବ ବିନୋଦ ତାୱଡ଼େଙ୍କ ଦ୍ବାରା ଆସନ ବୁଝାମଣା ସଂକ୍ରାନ୍ତରେ ଘୋଷଣା ହୋଇଛି। ବୁଝାମଣା ଅନୁଯାୟୀ ପଶ୍ଚିମ ଚମ୍ପାରନ, ପୂର୍ବୀ ଚମ୍ପାରନ, ଔରଙ୍ଗାବାଦ, ମଧୁବନୀ, ଦରଭଙ୍ଗା, ମୁଜାଫରପୁର, ମହାରାଜଗଞ୍ଜ, ମହାରାଜଗଞ୍ଜ, ସାରନ, ବେଗୁସରାଇ, ନାୱଡ଼ା, ପାଟନା ସାହିବ, ପାଟଳିପୁତ୍ର, ଆରା, ବକ୍ସାର ଏବଂ ସାସାରାମରେ ବିଜେପି ପ୍ରାର୍ଥୀ ଦେବ। ଅନ୍ୟପକ୍ଷେ ଜେଡିୟୁ (ଜନତା ଦଳ ୟୁନାଇଟେଡ୍) ବାଲ୍ମିକୀନଗର, ସୀତାମଢ଼ି, ଝାଞ୍ଝରପୁର, ସୁପୌଲ, କିଶାନଗଞ୍ଜ, କତିହାର, ପୁର୍ନିଆ, ମାଧେପୁର, ଗୋପାଳଗଞ୍ଜ, ସିୱାନ, ଭାଗଲପୁର, ବାଙ୍କା, ମୁଙ୍ଗେର, ନାଳନ୍ଦା, ଜେହନାବାଦ ଏବଂ ସେଓହର ଆସନରେ ନିର୍ବାଚନ ଲଢ଼ିବ। ସେହିପରି ଚିରାଗ ପାଶ୍ବାନଙ୍କ ନେତୃତ୍ବାଧୀନ ଦଳ ଏଲଜେପି (ଲୋକ ଜନଶକ୍ତି ପାର୍ଟି) ୫ ଆସନ ବୈଶାଳୀ, ହାଜିପୁର, ସମସ୍ତିପୁର, ଖଗରିୟା ଏବଂ ଜମୁଲରୁ ନିର୍ବାଚନ ଲଢ଼ିବ।

Tags: