ଏନଡିଏର ଏକ ଅଂଶ ଭାବେ କର୍ଣ୍ଣାଟକରେ ୩ ଆସନରେ ନିର୍ବାଚନ ଲଢ଼ିବ ଦେବ ଗୌଡ଼ାଙ୍କ ଦଳ

ନୂଆଦିଲ୍ଲୀ : ଜନତା ଦଳ ସେକୁଲାର (ଜେଡିଏସ) କର୍ଣ୍ଣାଟକରେ ୩ଟି ଆସନରେ ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବ। ବିଜେପି ନେତୃତ୍ବାଧୀନ ଏନଡିଏର ଏକ ଅଂଶ ଭାବେ ଜେଡିଏସ୍ କର୍ଣ୍ଣାଟକରେ ୩ ଆସନରୁ ଲୋକସଭା ନିର୍ବାଚନ ଲଢ଼ିବ ବୋଲି ଜେଡିଏସ ସାଂସଦ ପ୍ରଜ୍ବଳ ରେବାନ୍ନା କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜେଡିଏସ୍ ପ୍ରତିଷ୍ଠାତା ଏଚଡି ଦେବଗୌଡ଼ାଙ୍କ ନାତି ରେବାନ୍ନା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶର ଲକ୍ଷ୍ୟକୁ ଅଧିକ ସୁଦୃଢ଼ କରିବାପାଇଁ ବିଜେପି ଏବଂ ଜେଡିଏସ୍ ଏକାଠି କାମ […]

Samaya Live Picture
Published On

ନୂଆଦିଲ୍ଲୀ : ଜନତା ଦଳ ସେକୁଲାର (ଜେଡିଏସ) କର୍ଣ୍ଣାଟକରେ ୩ଟି ଆସନରେ ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବ। ବିଜେପି ନେତୃତ୍ବାଧୀନ ଏନଡିଏର ଏକ ଅଂଶ ଭାବେ ଜେଡିଏସ୍ କର୍ଣ୍ଣାଟକରେ ୩ ଆସନରୁ ଲୋକସଭା ନିର୍ବାଚନ ଲଢ଼ିବ ବୋଲି ଜେଡିଏସ ସାଂସଦ ପ୍ରଜ୍ବଳ ରେବାନ୍ନା କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜେଡିଏସ୍ ପ୍ରତିଷ୍ଠାତା ଏଚଡି ଦେବଗୌଡ଼ାଙ୍କ ନାତି ରେବାନ୍ନା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶର ଲକ୍ଷ୍ୟକୁ ଅଧିକ ସୁଦୃଢ଼ କରିବାପାଇଁ ବିଜେପି ଏବଂ ଜେଡିଏସ୍ ଏକାଠି କାମ କରିବେ। ରେବାନ୍ନା ହାସନ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ବିଜେପି-ଜେଡିଏସ୍ ମେଣ୍ଟର ମିଳିତ ପ୍ରାର୍ଥୀ ଭାବେ ସେ ହାସନ ଆସନରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି। ତେବେ ଦଳ ପକ୍ଷରୁ ଔପଚାରିକ ଭାବେ ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ। ବରିଷ୍ଠ ଜେଡିଏସ୍ ନେତା ସିଏସ ପୁଟ୍ଟରାଜୁ ପୂର୍ବରୁ କହିଥିଲେ ଯେ ଦଳର ରାଜ୍ୟ ସଭାପତି ଏଚଡି କୁମାରସ୍ବାମୀ ମାଣ୍ଡିୟା ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ମଇଦାନକୁ ପ୍ରବେଶ କରିପାରନ୍ତି। ଇତି ମଧ୍ୟରେ ବିଜେପି କର୍ଣ୍ଣାଟକରେ ଏହାର ପ୍ରଥମ ତାଲିକା ଘୋଷଣା କରିସାରିଛି। ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକରେ ମୋଟ୍ ୨୮ଟି ନିର୍ବାଚନମଣ୍ଡଳୀ ଅଛି। ବିଜେପି ୨୦ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବାକି ୫ଟି ଆସନରେ ଖୁବଶୀଘ୍ର ଦଳ ପ୍ରାର୍ଥୀ ଘୋଷଣା କରିବ।

Tags: