ଏଥିକ୍ସ କମିଟିରୁ ଅଧାରୁ ଉଠି ପଳାଇ ଆସିଲେ ମହୁଆ

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଆଜି ଏଥିକ୍ସ କମିିଟିରେ ହାଜର ହୋଇଥିଲେ । କିନ୍ତୁ ମୈତ୍ର ବୈଠକ ଅଧାରୁ ଉଠି ପଳାଇ ଆସିଛନ୍ତି। କେବଳ ମହୁଆ ନୁହନ୍ତି, କମିଟିର ଅନ୍ୟ ବିରୋଧୀ ସଦସ୍ୟ ମଧ୍ୟ ଅଧାରୁ ବୈଠକ ସ୍ଥଳ ଛାଡ଼ି ବାହାରକୁ ଚାଲି ଆସିଛନ୍ତି। ବିରକ୍ତ ହେବାର କାରଣ ସଂପର୍କରେ ପଚାରିବାରୁ ଦାନିଶ ଅଲ୍ଲୀ କହିଥିଲେ ଯେ କମିଟି ଅଧ୍ୟକ୍ଷ ପଚାରିଥିଲେ ରାତିରେ କାହା ସହିତ କଥା ହୁଅନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଆଜି ଏଥିକ୍ସ କମିିଟିରେ ହାଜର ହୋଇଥିଲେ । କିନ୍ତୁ ମୈତ୍ର ବୈଠକ ଅଧାରୁ ଉଠି ପଳାଇ ଆସିଛନ୍ତି। କେବଳ ମହୁଆ ନୁହନ୍ତି, କମିଟିର ଅନ୍ୟ ବିରୋଧୀ ସଦସ୍ୟ ମଧ୍ୟ ଅଧାରୁ ବୈଠକ ସ୍ଥଳ ଛାଡ଼ି ବାହାରକୁ ଚାଲି ଆସିଛନ୍ତି। ବିରକ୍ତ ହେବାର କାରଣ ସଂପର୍କରେ ପଚାରିବାରୁ ଦାନିଶ ଅଲ୍ଲୀ କହିଥିଲେ ଯେ କମିଟି ଅଧ୍ୟକ୍ଷ ପଚାରିଥିଲେ ରାତିରେ କାହା ସହିତ କଥା ହୁଅନ୍ତି। କ’ଣ କଥା ହୁଅନ୍ତି। ଏ କିଭଳି ଏଥିକ୍ସ କମିଟି ଯିଏ ଅନୈତିକ ପ୍ରଶ୍ନ ପଚାରୁଛନ୍ତି? ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ କମିଟି ଅଧ୍ୟକ୍ଷ ମହୁଆଙ୍କୁ ବ୍ୟକ୍ତିଗତ ଓ ଅନୈତିକ ପ୍ରଶ୍ନ ପଚାରୁଛନ୍ତି। ଯେଉଁଭଳି ଢଙ୍ଗରେ ପ୍ରଶ୍ନ ପଚରାଯାଇଥିଲା ତାହାକୁ ବିରୋଧୀ ସଦସ୍ୟମାନେ ପ୍ରଶ୍ନ କରିଛନ୍ତି। କଂ‌ଗ୍ରେସ ସଦସ୍ୟ ଏନ୍‌ ଉତ୍ତମ କୁମାର କରିଛନ୍ତି ଯେ ଆମେ ଦେଖିବାକୁ ପାଇଥିଲୁ ଯେ ଏଥିକ୍ସ କମିଟି ଅଧ୍ୟକ୍ଷ ମହୁଆଙ୍କୁ ମର୍ଯ୍ୟାଦାହୀନ ଏବଂ ଅନୈତିକ ପ୍ରଶ୍ନ ପଚାରିଥିଲେ।

Tags: