ଏଣିକି ରାସ୍ତାରେ ନୁହେଁ, କୋର୍ଟରେ ଲଢ଼େଇ ଚାଲିବ : ମହିଳା କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ମହାସଂଘର ପୂର୍ବତନ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ଯୌନ ନିର୍ଯାତନା ବିରୋଧରେ ଦେଶର ମହିଳା କୁସ୍ତିଯୋଦ୍ଧାମାନେ ଦୀର୍ଘଦିନ ଧରି ଚଳାଇଥିବା ଆନ୍ଦୋଳନକୁ ଏବେ ସ୍ଥଗିତ ରଖିଛନ୍ତି। ମହିଳା କୁସ୍ତିଯୋଦ୍ଧା କହିଛନ୍ତି, ଏଣିକି ଆଉ ରାସ୍ତାରେ ଆନ୍ଦୋଳନ ହେବ ନାହିଁ। ଅଦାଲତରେ ଲଢ଼େଇ ଚାଲିବ। ଭିନେଶ ଫୋଗଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ ମଧ୍ୟ ଟ୍ବିଟ୍‌ କରି ଏହି ସମାନ କଥା କହିଛନ୍ତି। ସେମାନେ, କହିଛନ୍ତି ବ୍ରିଜଭୂଷଣ ଶରଣ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ମହାସଂଘର ପୂର୍ବତନ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ଯୌନ ନିର୍ଯାତନା ବିରୋଧରେ ଦେଶର ମହିଳା କୁସ୍ତିଯୋଦ୍ଧାମାନେ ଦୀର୍ଘଦିନ ଧରି ଚଳାଇଥିବା ଆନ୍ଦୋଳନକୁ ଏବେ ସ୍ଥଗିତ ରଖିଛନ୍ତି। ମହିଳା କୁସ୍ତିଯୋଦ୍ଧା କହିଛନ୍ତି, ଏଣିକି ଆଉ ରାସ୍ତାରେ ଆନ୍ଦୋଳନ ହେବ ନାହିଁ। ଅଦାଲତରେ ଲଢ଼େଇ ଚାଲିବ। ଭିନେଶ ଫୋଗଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ ମଧ୍ୟ ଟ୍ବିଟ୍‌ କରି ଏହି ସମାନ କଥା କହିଛନ୍ତି। ସେମାନେ, କହିଛନ୍ତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଚାର୍ଜସିଟ ଦାଖଲ ନେଇ ସରକାର ପ୍ରତିଶୃତି ପୂରଣ କରିଛନ୍ତି। ତେଣୁ ଏଭଳି ସ୍ଥିତିରେ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ। କିନ୍ତୁ ଲଢ଼େଇ ରାସ୍ତାରେ ନୁହେଁ, ଅଦାଲତରେ ହେବ ବୋଲି ସେମାନେ ଟ୍ବିଟ କରିଛନ୍ତି। ଭାରତୀୟ କୁସ୍ତିଯୋଦ୍ଧା ମହାସଂଘରେ ସଂସ୍କାର, ନିର୍ବାଚନ ପକ୍ରିୟା ପ୍ରତିଶ୍ରୁତି ମୁତାବକ ଆରମ୍ଭ ହୋଇଛି। ସରକାରଙ୍କ ଏସବୁ ପ୍ରତିଶ୍ରୁତି ପୂରଣ ନେଇ ସେମାନେ ଜୁଲାଇ ୧୧ ପର୍ଯ୍ୟନ୍ତ ଅପେକ୍ଷା କରିବେ ବୋଲି ଘୋଷଣା କରିଛନ୍ତି।

Tags: