ଏଡିଟର୍ସ ଗିଲ୍ଡ ସଭାପତି ଏବଂ ଅନ୍ୟ ୩ସଦସ୍ୟଙ୍କ ବିରୋଧରେ ମଣିପୁର ସରକାରଙ୍କ ଏତଲା ରୁଜୁ
ଇମ୍ଫାଲ : ଦୀର୍ଘ ୪ ମାସ ଧରି ହିଂସା ଏବଂ ଅଶାନ୍ତ ସ୍ଥିତି ଲାଗି ରହିଥିବା ମଣିପୁରରେ ଅଧିକ ସଂଘର୍ଷ ବଢ଼ାଇବାକୁ ଚେଷ୍ଟା କରିଥିବା ଅଭିଯୋଗରେ ମଣିପୁର ସରକାର ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ସଭାପତି ଏବଂ ଏହାର ଅନ୍ୟ ୩ ସଦସ୍ୟଙ୍କ ବିରୋଧରେ ଏତଲା ରୁଜୁ କରିଛି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଆଜି ଏହା କହିଛନ୍ତି। ଏଡିଟର୍ସ ଗିଲ୍ଡ ନିକଟରେ ଦାବି କରିଛି ଯେ ମଣିପୁର ହିଂସା ପ୍ରସଙ୍ଗରେ ଯେଉଁ ଗଣମାଧ୍ୟମ ରିପୋର୍ଟ […]
ଇମ୍ଫାଲ : ଦୀର୍ଘ ୪ ମାସ ଧରି ହିଂସା ଏବଂ ଅଶାନ୍ତ ସ୍ଥିତି ଲାଗି ରହିଥିବା ମଣିପୁରରେ ଅଧିକ ସଂଘର୍ଷ ବଢ଼ାଇବାକୁ ଚେଷ୍ଟା କରିଥିବା ଅଭିଯୋଗରେ ମଣିପୁର ସରକାର ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ସଭାପତି ଏବଂ ଏହାର ଅନ୍ୟ ୩ ସଦସ୍ୟଙ୍କ ବିରୋଧରେ ଏତଲା ରୁଜୁ କରିଛି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଆଜି ଏହା କହିଛନ୍ତି। ଏଡିଟର୍ସ ଗିଲ୍ଡ ନିକଟରେ ଦାବି କରିଛି ଯେ ମଣିପୁର ହିଂସା ପ୍ରସଙ୍ଗରେ ଯେଉଁ ଗଣମାଧ୍ୟମ ରିପୋର୍ଟ ଆସୁଛି ତାହା ଏକପାଖିଆ। ରାଜ୍ୟ ନେତୃବୃନ୍ଦ ପକ୍ଷପାତପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା। ରାଜ୍ୟ ସରକାର ଏଥିପାଇଁ ଏଡିଟର୍ସ ଗିଲ୍ଡ ସଦସ୍ୟଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି। ଏଡିଟର୍ସ ଗିଲ୍ଡ ଦ୍ବାରା ରାଜ୍ୟରେ ଅଧିକ ସଂଘର୍ଷ ପାଇଁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ ହୋଇଛି। ଏଡିଟର୍ସ ଗିଲ୍ଡ ସଭାପତି ସୀମା ମୁସ୍ତାଫା ଏବଂ ଅନ୍ୟ ୩ ସଦସ୍ୟ ସୀମା ଗୁହା, ଭାରତ ଭୂଷଣ ଏବଂ ସଂଜୟ କପୁରଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ମଣିପୁରରେ ହିଂସା ଘଟଣାର ଗଣମାଧ୍ୟମ ରିପୋର୍ଟିଂ ସଂକ୍ରାନ୍ତରେ ଅଧ୍ୟୟନ ପାଇଁ ଗୁହା, ଭୂଷଣ ଏବଂ କପୁର ଗତ ମାସରେ ମଣିପୁର ଗସ୍ତ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନେ କୌଣସି ଚୂଡ଼ାନ୍ତ ଟିପ୍ପଣୀ ଦେବା ପୂର୍ବରୁ ସମସ୍ତ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଆଲୋଚନା କରିବା ଉଚିତ।




