ଏଚ୍‌ଡି କୁମାରସ୍ବାମୀ ଅସୁସ୍ଥ, ସାମ୍ବାଦିକ ସମ୍ମଳନୀରେ ହଠାତ୍‌ ନାକରୁ ରକ୍ତ ବାହାରିଲା

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି କେନ୍ଦ୍ର ଇସ୍ପାତ ଓ ଭାରୀଶିଳ୍ପ ମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ନାକରୁ ପ୍ରବଳ ରକ୍ତ ବାହାରିବାପରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଅଗଷ୍ଟ ୩ରୁ ୧୦ ତାରିଖ ମଧ୍ୟରେ ବିଜେପି-ଜେଡିଏସ୍‌ ପଦଯାତ୍ରାକୁ ନେଇ ଆଜି ଅପରାହ୍‌ଣରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ପଦଯାତ୍ରା ସମ୍ପର୍କରେ କହୁଥିବା ବେଳେ ହଠାତ୍‌ ତାଙ୍କ ନାକରୁ ପ୍ରବଳ ରକ୍ତ ବାହାରିଥିଲା। କୁମାରସ୍ବାମୀ ଏହାକୁ ପୋଛିବାକୁ […]

Samaya Live Picture
Published On

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି କେନ୍ଦ୍ର ଇସ୍ପାତ ଓ ଭାରୀଶିଳ୍ପ ମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ନାକରୁ ପ୍ରବଳ ରକ୍ତ ବାହାରିବାପରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଅଗଷ୍ଟ ୩ରୁ ୧୦ ତାରିଖ ମଧ୍ୟରେ ବିଜେପି-ଜେଡିଏସ୍‌ ପଦଯାତ୍ରାକୁ ନେଇ ଆଜି ଅପରାହ୍‌ଣରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ପଦଯାତ୍ରା ସମ୍ପର୍କରେ କହୁଥିବା ବେଳେ ହଠାତ୍‌ ତାଙ୍କ ନାକରୁ ପ୍ରବଳ ରକ୍ତ ବାହାରିଥିଲା। କୁମାରସ୍ବାମୀ ଏହାକୁ ପୋଛିବାକୁ ଚେଷ୍ଟା କରିଥିଲେ, କିନ୍ତୁ ରକ୍ତର ମାତ୍ରା ଏତେ ଥିଲା ଯେ କୁମାରସ୍ବାମୀଙ୍କ ସାର୍ଟ ଉପ‌ରେ ଏହା ପଡ଼ିଥିଲା। ତୁରନ୍ତ କୁମାରସ୍ବାମୀଙ୍କ ପୁଅ ନିଖିଳ କୁମାରସ୍ବାମୀ ତାଙ୍କୁ ନିକଟସ୍ଥ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Tags: