‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ରିପୋର୍ଟ ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କଲେ କୋବିନ୍ଦଙ୍କ ନେତୃତ୍ବାଧୀନ କମିଟି

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବାଧୀନ କମିଟି ଆଜି ଏକ ରାଷ୍ଟ୍ର ଏକ ନିର୍ବାଚନ ଉପରେ ଏକ ବିସ୍ତୃତ ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଛନ୍ତି। କେନ୍ଦ୍ର ସରକାର ଦେଶରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକକାଳୀନ କରିବାପାଇଁ ଏକ ଆଇନଗତ ପଦକ୍ଷେପ ବିକାଶ କରିବା ଆବଶ୍ୟକ ବୋଲି ଉଚ୍ଚ ସ୍ତରୀୟ କମିଟି ପ୍ରସ୍ତାବ ରଖିଛନ୍ତି। ୧୯୧ ଦିନରେ ବିଭିନ୍ନ ପକ୍ଷ ଏବଂ ବିଶେଷଜ୍ଞଙ୍କ ସହ ଆଲୋଚନା ଓ ବିଚାରବିମର୍ଶ କରିବାପରେ […]

Samaya Live Picture
Published On

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବାଧୀନ କମିଟି ଆଜି ଏକ ରାଷ୍ଟ୍ର ଏକ ନିର୍ବାଚନ ଉପରେ ଏକ ବିସ୍ତୃତ ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଛନ୍ତି। କେନ୍ଦ୍ର ସରକାର ଦେଶରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକକାଳୀନ କରିବାପାଇଁ ଏକ ଆଇନଗତ ପଦକ୍ଷେପ ବିକାଶ କରିବା ଆବଶ୍ୟକ ବୋଲି ଉଚ୍ଚ ସ୍ତରୀୟ କମିଟି ପ୍ରସ୍ତାବ ରଖିଛନ୍ତି। ୧୯୧ ଦିନରେ ବିଭିନ୍ନ ପକ୍ଷ ଏବଂ ବିଶେଷଜ୍ଞଙ୍କ ସହ ଆଲୋଚନା ଓ ବିଚାରବିମର୍ଶ କରିବାପରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ରିପୋର୍ଟରେ ୧୮,୬୨୬ ପୃଷ୍ଠା ରହିଛି। କୋବିନ୍ଦଙ୍କ ନେତୃତ୍ବାଧୀନ କମିଟି ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟି ଏହି ରିପୋର୍ଟ ଦାଖଲ କରିଛନ୍ତି। ଏକକାଳୀନ ନିର୍ବାଚନ ନିର୍ବାଚନ ପ୍ରକ୍ରିୟା ଏବଂ ସମଗ୍ର ଶାସନ ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିବ ବୋଲି କମିଟି ସର୍ବସମ୍ମତିରେ ମତ ରଖିଛି। ସେହିପରି ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ସହ ପଞ୍ଚାୟତ ଏବଂ ପୌରପାଳିକାରେ ମଧ୍ୟ ଏକକାଳୀନ ନିର୍ବାଚନ ପାଇଁ ଧାରା ୩୨୪ଏ ଆରମ୍ଭ କରିବାପାଇଁ କମିଟି ପ୍ରସ୍ତାବ ରଖିଛନ୍ତି। କମିଟି କରିଥିବା ସୁପାରିସ ଅନୁଯାୟୀ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ଏକକାଳୀନ ହେବା ଆବଶ୍ୟକ ଏବଂ ଏହା ଶେଷ ହେବାର ୧୦୦ ଦିନ ମଧ୍ୟରେ ପୌର ଏବଂ ପଞ୍ଚାୟତ ନିର୍ବାଚନ ହେବା ଆବଶ୍ୟକ। ରାମନାଥ କୋବିନ୍ଦଙ୍କ ନେତୃତ୍ବାଧୀନ କମିଟିରେ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ରାଜ୍ୟସଭାରେ ପୁର୍ବତନ ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦ, ପୂର୍ବତନ ଅର୍ଥ କମିସନ ଅଧ୍ୟକ୍ଷ ଏନକେ ସିଂହ, ପୂର୍ବତନ ଲୋକଦଭା ସାଧାରଣ ସଚିବ ସୁଭାଷ କାଶ୍ୟପ ଏବଂ ବରିଷ୍ଠ ଆଇନଜୀବୀ ହରୀଶ ସାଲଭେ।

Tags: