‘ଏକ ଦେଶ, ଏକ ନିର୍ବାଚନ’ କମିଟିରେ ଶାହ, ଅଧୀର ରଂଜନ, ଗୁଲାମ ନବୀ
ନୂଆଦିଲ୍ଲୀ: ଦେଶରେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକସଙ୍ଗେ କରିବା ପାଇଁ ମୋଦୀ ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଶୁକ୍ରବାର ଦିନ ‘ଏକ ଦେଶ, ଏକ ନିର୍ବାଚନ’ ସମ୍ଭାବନା ନେଇ ସମସ୍ତ ଦିଗକୁ ଭଲଭାବେ ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବାକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିବା ବେଳେ ଆଜି କମିଟି ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି। କମିଟିର ଉଦ୍ଦେଶ୍ୟ ହେଉଛି ‘ଏକ ଦେଶ,ଏକ […]
ନୂଆଦିଲ୍ଲୀ: ଦେଶରେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକସଙ୍ଗେ କରିବା ପାଇଁ ମୋଦୀ ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଶୁକ୍ରବାର ଦିନ ‘ଏକ ଦେଶ, ଏକ ନିର୍ବାଚନ’ ସମ୍ଭାବନା ନେଇ ସମସ୍ତ ଦିଗକୁ ଭଲଭାବେ ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବାକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିବା ବେଳେ ଆଜି କମିଟି ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି। କମିଟିର ଉଦ୍ଦେଶ୍ୟ ହେଉଛି ‘ଏକ ଦେଶ,ଏକ ନିର୍ବାଚନ’ର ଅବଧାରଣକୁ ଲାଗୁ କରିବା ସଂଭାବନାକୁ ନେଇ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା। ଏହି କମିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ସମେତ ମୋଟ୍ ୮ ଜଣ ସଦସ୍ୟ ଅଛନ୍ତି। କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି ଗୁଲାମ ନବୀ ଆଜାଦ, ବରିଷ୍ଠ ଆଇନଜୀବୀ ହରିଶ ସାଲ୍ଭେ, ଅର୍ଥ କମିସନ୍ର ପୂର୍ବତନ ଅଧ୍ୟକ୍ଷ ଏନ୍କେ ସିଂହ, ପୂର୍ବତନ ଲୋକସଭା ସାଧାରଣ ସଚିବ ସୁଭାଷ ସି କଶ୍ୟପ ଏବଂ ପୂର୍ବତନ ସିଭିସି ସଂଜୟ କୋଠାରି।




