ଏକ୍ସିସ୍ ମାଇଁ ଇଣ୍ଡିଆ ଏକ୍ଜିଟ୍ ପୋଲ୍ରେ ବି ବିଜେପି ସରକାର
ନୂଆଦିଲ୍ଲୀ: ଗତ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଶେଷ ହେବାପରେ ବିଭିନ୍ନ ସଂସ୍ଥାର ଏକ୍ଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ଆସିଥିଲା। ତେବେ ୧୦ଟି ସଂସ୍ଥା ମଧ୍ୟରୁ ୮ଟି ସଂସ୍ଥା ଦ୍ବାରା ହୋଇଥିବା ବୁଥ୍ ବାହୁଡ଼ା ମତ ବିଜେପିକୁ ସ୍ପଷ୍ଟ ବହୁମତ ପ୍ରଦାନ କରିଥିଲେ। ତେବେ ଗତକାଲି ପୁଣି ଆଉ ୨ଟି ସଂସ୍ଥାର ଏକ୍ଜିଟ୍ ପୋଲ୍ ମଧ୍ୟ ବିଜେପି ସରକାର ଗଢ଼ିବ ବୋଲି ଦର୍ଶାଇଛି। ପ୍ରଦୀପ ଗୁପ୍ତାଙ୍କ ‘ଏକ୍ସିସ୍ ମାଇଁ ଇଣ୍ଡିଆ’ର ଆକଳନ ଅନୁଯାୟୀ ବିଜେପି […]
ନୂଆଦିଲ୍ଲୀ: ଗତ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଶେଷ ହେବାପରେ ବିଭିନ୍ନ ସଂସ୍ଥାର ଏକ୍ଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ଆସିଥିଲା। ତେବେ ୧୦ଟି ସଂସ୍ଥା ମଧ୍ୟରୁ ୮ଟି ସଂସ୍ଥା ଦ୍ବାରା ହୋଇଥିବା ବୁଥ୍ ବାହୁଡ଼ା ମତ ବିଜେପିକୁ ସ୍ପଷ୍ଟ ବହୁମତ ପ୍ରଦାନ କରିଥିଲେ। ତେବେ ଗତକାଲି ପୁଣି ଆଉ ୨ଟି ସଂସ୍ଥାର ଏକ୍ଜିଟ୍ ପୋଲ୍ ମଧ୍ୟ ବିଜେପି ସରକାର ଗଢ଼ିବ ବୋଲି ଦର୍ଶାଇଛି। ପ୍ରଦୀପ ଗୁପ୍ତାଙ୍କ ‘ଏକ୍ସିସ୍ ମାଇଁ ଇଣ୍ଡିଆ’ର ଆକଳନ ଅନୁଯାୟୀ ବିଜେପି ଚଳିତ ବିଧାନସଭା ନିର୍ବାଚନରେ ୪୫ରୁ ୫୫ ଆସନରେ ଜିତିବ ଏବଂ ଆପ୍ ୧୫ରୁ ୨୫ ଆସନରେ ଜିତିବ। କଂଗ୍ରେସ ୦-୧ ଆସନ ପାଇବ ବୋଲି ଏହା ଦର୍ଶାଇଛି। ସେହିପରି ସିଏନ୍ଏକ୍ସ ଏକ୍ଜିଟ୍ ପୋଲ୍ ମଧ୍ୟ ବିଜେପିକୁ ଦିଲ୍ଲୀରେ ସ୍ପଷ୍ଟ ବହୁମତ ପ୍ରଦାନ କରିଛି। ସିଏନ୍ଏକ୍ସ ପୋଲ୍ରେ ବିଜେପି ୪୯ରୁ ୬୧ ଆସନରେ ବିଜୟୀ ହେବ ବୋଲି ଆକଳନ କରାଯାଇଥିବା ବେଳେ ଆପ୍ ୧୦ରୁ ୧୯ ଆସନ ଏବଂ କଂଗ୍ରେସ ୦ରୁ ୧ ଆସନରେ ବିଜୟୀ ହେବ ବୋଲି ଆକଳନ କରିଛି। ଯଦି ବୁଥ୍ ବାହୁଡ଼ା ମତ ସତ ପ୍ରମାଣିତ ହୁଏ ତେବେ ଦିଲ୍ଲୀରେ ବିଜେପି ଦୀର୍ଘ ୨୭ ବର୍ଷ ପରେ କ୍ଷମତାକୁ ଫେରିବ।




