ଏକାଠି ହେବେ ଶରଦ- ଅଜିତ ପାୱାର

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଶେଷ ହେବାର କିଛି ସପ୍ତାହ ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ବାଧୀନ ଏନ୍‌ସିପି ଏବଂ ତାଙ୍କ କାକା ଶରଦ ପାୱାରଙ୍କ ଏନ୍‌ସିପି ଦଳ ଏକାଠି ହେବାପାଇଁ ସ୍ବର ଉଠିଛି। ଅଜିତ ପାୱାରଙ୍କ ମା’ ଆଶା ପାୱାର ନୂଆ ବର୍ଷରେ ପଣ୍ଢରପୁରର ଏକ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାପରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସବୁ ବିବାଦ ଶେଷ ହେବା ଉଚିତ। ଶରଦ ପାୱାର ଏବଂ ଅଜିତ ପାୱାର ଏକାଠି ହେବା ଉଚିତ। […]

Samaya Live Picture
Published On

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଶେଷ ହେବାର କିଛି ସପ୍ତାହ ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ବାଧୀନ ଏନ୍‌ସିପି ଏବଂ ତାଙ୍କ କାକା ଶରଦ ପାୱାରଙ୍କ ଏନ୍‌ସିପି ଦଳ ଏକାଠି ହେବାପାଇଁ ସ୍ବର ଉଠିଛି। ଅଜିତ ପାୱାରଙ୍କ ମା’ ଆଶା ପାୱାର ନୂଆ ବର୍ଷରେ ପଣ୍ଢରପୁରର ଏକ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାପରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସବୁ ବିବାଦ ଶେଷ ହେବା ଉଚିତ। ଶରଦ ପାୱାର ଏବଂ ଅଜିତ ପାୱାର ଏକାଠି ହେବା ଉଚିତ। ତେବେ କେବଳ ଅଜିତଙ୍କ ମା’ ନୁହନ୍ତି ଏନ୍‌ସିପି ଶିବିରରେ ଅନ୍ୟ ନେତାମାନେ ମଧ୍ୟ ଏହି ସମାନ କଥା କହୁଛନ୍ତି । ଆଶାଙ୍କ ଟିପ୍ପଣୀରେ ପ୍ରତିକ୍ରିୟା ରଖି ବରିଷ୍ଠ ଏନ୍‌ସିପି ନେତା ପ୍ରଫୁଲ ପଟେଲ ମଧ୍ୟ ଏହି ସମାନ କଥା କହିଛନ୍ତି। ପ୍ରଫୁଲ ପଟେଲ କହିଛନ୍ତି, ଯଦି ପାୱାର ପରିବାର ଏକଜୁଟ୍‌ ହେବ ତେବେ ସେ ଖୁସି ହେବେ। ପ୍ରଫୁଲ ପଟେଲ କହିଛନ୍ତି, ଶରଦ ପାୱାର ଆମ ପାଇଁ ଭଗବାନ ସଦୃଶ। ତାଙ୍କ ପ୍ରତି ଆମର ଗଭୀର ସମ୍ମାନ ରହିଛି। ସେହିପରି ଏନ୍‌ସିପି ବିଧାୟକ ନରହରି ଜିରୱାଲ ମଧ୍ୟ ସମାନ ଟିପ୍ପଣୀ ଦେଇଛନ୍ତି।

Tags: