ଏକସଙ୍ଗେ ୪ ଟାର୍ଗେଟ୍ ଧ୍ବଂସ କଲା ବାୟୁସେନାର ଆକାଶ ମିସାଇଲ୍ ସିଷ୍ଟମ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ସୂର୍ଯ୍ୟଲଙ୍କା ବାୟୁସେନା ଘାଟିରେ ନିକଟରେ ହୋଇଥିବା ଅସ୍ତ୍ରଶକ୍ତି ୨୦୨୩ ସମରାଭ୍ୟାସ ସମୟରେ ସ୍ବଦେଶୀ ଭାବେ ନିର୍ମିତ ଆକାଶ ମିସାଇଲ ସିଷ୍ଟମ ଏହାର ଶକ୍ତି ଦେଖାଇଛି। ଡିସେମ୍ବର ୧୨ ତାରିଖରେ ହୋଇଥିବା ଅସ୍ତ୍ରଶକ୍ତି ସମରାଭ୍ୟାସ ସମୟରେ ଗୋଟିଏ ଆକାଶ ମିସାଇଲ ସିଷ୍ଟମ୍ ଏକସଙ୍ଗେ ୪ଟି ଏରିଏଲ୍ ଟାର୍ଗେଟ୍କୁ ଧ୍ବଂସ କରିଦେଇଛି। କେବଳ ମାତ୍ର ଗୋଟିଏ ଫାଇରିଂ ୟୁନିଟ ବ୍ୟବହାର କରି ୩୦ କିମି ପରିଧି ମଧ୍ୟରେ କମାଣ୍ଡ୍ ଗାଇଡାନ୍ସ ଦ୍ବାରା ଏକସଙ୍ଗେ ୪ଟି ଟାର୍ଗେଟ୍ […]

Samaya Live Picture
Published On

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ସୂର୍ଯ୍ୟଲଙ୍କା ବାୟୁସେନା ଘାଟିରେ ନିକଟରେ ହୋଇଥିବା ଅସ୍ତ୍ରଶକ୍ତି ୨୦୨୩ ସମରାଭ୍ୟାସ ସମୟରେ ସ୍ବଦେଶୀ ଭାବେ ନିର୍ମିତ ଆକାଶ ମିସାଇଲ ସିଷ୍ଟମ ଏହାର ଶକ୍ତି ଦେଖାଇଛି। ଡିସେମ୍ବର ୧୨ ତାରିଖରେ ହୋଇଥିବା ଅସ୍ତ୍ରଶକ୍ତି ସମରାଭ୍ୟାସ ସମୟରେ ଗୋଟିଏ ଆକାଶ ମିସାଇଲ ସିଷ୍ଟମ୍ ଏକସଙ୍ଗେ ୪ଟି ଏରିଏଲ୍ ଟାର୍ଗେଟ୍କୁ ଧ୍ବଂସ କରିଦେଇଛି। କେବଳ ମାତ୍ର ଗୋଟିଏ ଫାଇରିଂ ୟୁନିଟ ବ୍ୟବହାର କରି ୩୦ କିମି ପରିଧି ମଧ୍ୟରେ କମାଣ୍ଡ୍ ଗାଇଡାନ୍ସ ଦ୍ବାରା ଏକସଙ୍ଗେ ୪ଟି ଟାର୍ଗେଟ୍ ଧ୍ବଂସ କରିବାରେ ଭାରତ ହେଉଛି ପ୍ରଥମ ରାଷ୍ଟ୍ର। ସମରାଭ୍ୟାସ ସମୟରେ ୪ଟି ଟାର୍ଗେଟ୍ ସମାନ ଦିଗରୁ ଆସିଥିବା ଜଣାପଡ଼ିଛି। ଆକାଶ ମିସାଇଲ ସିଷ୍ଟମ୍ ହେଉଛି ପ୍ରଥମ ସ୍ବଦେଶୀ ଷ୍ଟେଟ୍ ଅଫ୍ ଦି ଆର୍ଟ ସର୍ଫେସ୍ ଟୁ ଏୟାର ମିସାଇଲ ସିଷ୍ଟମ୍। ପ୍ରାୟ ଏକ ଦଶନ୍ଧି ଧରି ଏହା ସେନାବାହିନୀରେ ସେବା ଯୋଗାଇ ଆସିଛି। ଭାରତୀୟ ଆକାଶକୁ ସୁରକ୍ଷା ଦେବା ସହ ଜାତୀୟ ସୁରକ୍ଷା ପ୍ରଦାନ କରିଆସିଛି। ଆକାଶ ମିସାଇଲ୍ ସିଷ୍ଟମ୍ ଏହାର ଶକ୍ତି ପ୍ରଦର୍ଶନ କରିବା ସହ ଭାରତୀୟ ବାୟୁସେନା ମଧ୍ୟ ଆହୁରି ଅଧିକ ସଶକ୍ତ ହୋଇଛି।

Tags: