ଋଷି ସୁନକଙ୍କୁ ହତ୍ୟା ଧମକ ଦେଇଥିବା ଯୁବକଙ୍କୁ ଜେଲ
ଲଣ୍ଡନ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଜାତିଆଣ ମନ୍ତବ୍ୟ ସହିତ ହତ୍ୟା ଧମକ ଦେଇଥିବା ଜଣେ ୨୧ ବର୍ଷୀୟ ଯୁବକଙ୍କୁ ୧୪ ସପ୍ତାହ ପାଇଁ ଜେଲଦଣ୍ଡ ହୋଇଛି। ଗତବର୍ଷ ଜୁନ୍ରେ ସୁନକ ପ୍ରଧାନମନ୍ତ୍ରୀ ଥିବାବେଳେ ଉତ୍ତର-ପଶ୍ଚିମ ଇଂଲଣ୍ଡର ଲିଆମ ସ’ ଦୁଇଟି ଧମକପୂର୍ଣ୍ଣ ମେଲ୍ ପବ୍ଲିକ୍ ପାର୍ଲାମେଣ୍ଟାରୀ ଇମେଲକୁ ପଠାଇଥିଲେ। ମେଲ୍ଗୁଡ଼ିକ ସୁନକଙ୍କ ବ୍ୟକ୍ତିଗତ ସହାୟକ ଦେଖି ପୁଲିସକୁ ଖବର ଦେଇଥିଲେ। ଏହି ଘଟଣାରେ ଲିଆମକୁ ଦୋଷୀ ସାବ୍ୟସ୍ତ କରିଥିଲେ ସିପିଏସ୍ ମର୍ସି ଚେସିରର କ୍ରାଉନ […]
ଲଣ୍ଡନ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଜାତିଆଣ ମନ୍ତବ୍ୟ ସହିତ ହତ୍ୟା ଧମକ ଦେଇଥିବା ଜଣେ ୨୧ ବର୍ଷୀୟ ଯୁବକଙ୍କୁ ୧୪ ସପ୍ତାହ ପାଇଁ ଜେଲଦଣ୍ଡ ହୋଇଛି। ଗତବର୍ଷ ଜୁନ୍ରେ ସୁନକ ପ୍ରଧାନମନ୍ତ୍ରୀ ଥିବାବେଳେ ଉତ୍ତର-ପଶ୍ଚିମ ଇଂଲଣ୍ଡର ଲିଆମ ସ’ ଦୁଇଟି ଧମକପୂର୍ଣ୍ଣ ମେଲ୍ ପବ୍ଲିକ୍ ପାର୍ଲାମେଣ୍ଟାରୀ ଇମେଲକୁ ପଠାଇଥିଲେ। ମେଲ୍ଗୁଡ଼ିକ ସୁନକଙ୍କ ବ୍ୟକ୍ତିଗତ ସହାୟକ ଦେଖି ପୁଲିସକୁ ଖବର ଦେଇଥିଲେ। ଏହି ଘଟଣାରେ ଲିଆମକୁ ଦୋଷୀ ସାବ୍ୟସ୍ତ କରିଥିଲେ ସିପିଏସ୍ ମର୍ସି ଚେସିରର କ୍ରାଉନ ପ୍ରସିକ୍ୟୁଟର ମାଥ୍ୟୁ ଡିକ୍ସନ। ଜେରା ବେଳେ ଲିଆମ ନିରବ ରହିଥିଲେ ମଧ୍ୟ ଲିଭରପୁଲ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ଦୁଇଟି ଯାକ ମେଲ୍ ପଠାଇବା ନେଇ ଦୋଷୀ ସାବ୍ୟସ୍ତ କରିଥିଲେ।




