ଋଣ ପାଇଁ ମୂଳପୋଛ ହୋଇଗଲା ପୂରା ପରିବାର

ବେଙ୍ଗାଲୁରୁ: ଋଣ ପାଇଁ ଗୋଟିଏ ପରିବାର ପୂରା ମୂଳପୋଛ ହୋଇଯାଇଛି। ଋଣଭାର ସୁଝିନପାରି ଗୋଟିଏ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଦେଇଛନ୍ତି। କର୍ଣ୍ଣାଟକ ତୁମକୁରୁ ସହରର ସଦାଶିବନଗର ଅଞ୍ଚଳରେ ଏଭଳି ହୃଦୟବିଦାରକ ଘଟଣା ଘଟିଛି। ରବିବାର ରାତିରେ ଉକ୍ତ ଅଞ୍ଚଳର ଏକ ଘରୁ ଜଣେ ଦମ୍ପତି ଓ ସେମାନଙ୍କର ତିନି ପିଲାଙ୍କ ମୃତଦେହ ମିଳିଛି। ଆତ୍ମହତ୍ୟା କରିଥିବା ମୃତକମାନେ ହେଲେ ଗରୀବ ସାବ, ତାଙ୍କ ପତ୍ନୀ ସୁମୈୟା, ଝିଅ ହାଜିରା ଏବଂ ପୁଅ ମହମ୍ମଦ ଶଭନ ଓ […]

Samaya Live Picture
Published On

ବେଙ୍ଗାଲୁରୁ: ଋଣ ପାଇଁ ଗୋଟିଏ ପରିବାର ପୂରା ମୂଳପୋଛ ହୋଇଯାଇଛି। ଋଣଭାର ସୁଝିନପାରି ଗୋଟିଏ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଦେଇଛନ୍ତି। କର୍ଣ୍ଣାଟକ ତୁମକୁରୁ ସହରର ସଦାଶିବନଗର ଅଞ୍ଚଳରେ ଏଭଳି ହୃଦୟବିଦାରକ ଘଟଣା ଘଟିଛି। ରବିବାର ରାତିରେ ଉକ୍ତ ଅଞ୍ଚଳର ଏକ ଘରୁ ଜଣେ ଦମ୍ପତି ଓ ସେମାନଙ୍କର ତିନି ପିଲାଙ୍କ ମୃତଦେହ ମିଳିଛି। ଆତ୍ମହତ୍ୟା କରିଥିବା ମୃତକମାନେ ହେଲେ ଗରୀବ ସାବ, ତାଙ୍କ ପତ୍ନୀ ସୁମୈୟା, ଝିଅ ହାଜିରା ଏବଂ ପୁଅ ମହମ୍ମଦ ଶଭନ ଓ ମହମ୍ମଦ ମୁନୀର। ସାବ ଜୀବିକା ପାଇଁ ‘କବାବ’ ବିକ୍ରି କରୁଥିଲେ। ସେ ତୁମକୁରୁର ଶିରା ତାଲୁକର ଲକ୍କେନାହଲ୍ଲୀ ଗ୍ରାମର ବାସିନ୍ଦା। ଋଣଭାରରେ ବୁଡ଼ି ରହିବା ଏବଂ ଋଣଦାତାଙ୍କ ନିର୍ଯାତନା ଯୋଗୁଁ ସେମାନେ ଏହି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ମୃତକଙ୍କ ଏକ ସୁଇସାଇଡ୍ ନୋଟ୍ ଏବଂ ଏକ ଭିଡିଓରେ ଦର୍ଶାଯାଇଛି ଯେ ସେମାନେ ଋଣଭାର ଯୋଗୁଁ ଆତ୍ମହତ୍ୟା କରିଛନ୍ତି। ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି ବୋଲି ତୁମକୁରୁ ଏସ୍‌ପି ଅଶୋକ କୁମାର କହିଛନ୍ତି। ଭିଡିଓରେ ମୃତକ ଜଣକ ବର୍ଣ୍ଣନା କରିଛନ୍ତି ଯେ କିପରି ସେହି ବିଲ୍ଡିଂରେ ରହୁଥିବା ବ୍ୟକ୍ତି ଓ ତାଙ୍କ ପରିବାର ସଦସ୍ୟ ତାଙ୍କ ପରିବାରକୁ ନିର୍ଯାତନା ଦେଇଥିଲେ ଏବଂ ସେମାନଙ୍କୁ ଏହି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲେ। ରାଜ୍ୟ ଗୃହମନ୍ତ୍ରୀ ଜି ପରମେଶ୍ୱର ଉକ୍ତ ଘଟଣାରେ ଶୋକ ପ୍ରକାଶ କରିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।

Tags: