ଋଣଦାତାଙ୍କ ଚାପରେ ପତ୍ନୀ, ପୁତ୍ରଙ୍କୁ ହତ୍ୟା କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ପୁଣେ: ଋଣଦାତାଙ୍କ ଚାପରେ ବିବ୍ରତ ହୋଇ ଜଣେ ୪୫ ବର୍ଷୀୟ ଯୁବକ ନିଜର ପତ୍ନୀ ଓ ପୁତ୍ରଙ୍କୁ ହତ୍ୟା କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ମାମଲାର ତଦନ୍ତ କରୁଥିବା ପିମ୍ପ୍ରି ଛିନ୍ଦୱାଡ଼ା ପୁଲିସ ଥାନା ଅଧିକାରୀଙ୍କ ସୂଚନାନୁସାରେ, ଚିଖାଲି ଅଞ୍ଚଳରେ ଏହି ଘଟଣା ଘଟିଛି। ଯୁବକଜଣକ ନିଜର ପତ୍ନୀ (୩୬) ଓ ପୁତ୍ର (୯)କୁ ନିଦ ଔଷଧ ଦେଇ ହତ୍ୟା କରିଥିଲେ। ଏହା ପରେ ସେ ଘରର ସିଲିଂ ଫ୍ୟାନ୍ରେ ଦଉଡ଼ି ଦେଇ ଆତ୍ମହତ୍ୟା କରିବାକୁ […]
ପୁଣେ: ଋଣଦାତାଙ୍କ ଚାପରେ ବିବ୍ରତ ହୋଇ ଜଣେ ୪୫ ବର୍ଷୀୟ ଯୁବକ ନିଜର ପତ୍ନୀ ଓ ପୁତ୍ରଙ୍କୁ ହତ୍ୟା କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ମାମଲାର ତଦନ୍ତ କରୁଥିବା ପିମ୍ପ୍ରି ଛିନ୍ଦୱାଡ଼ା ପୁଲିସ ଥାନା ଅଧିକାରୀଙ୍କ ସୂଚନାନୁସାରେ, ଚିଖାଲି ଅଞ୍ଚଳରେ ଏହି ଘଟଣା ଘଟିଛି। ଯୁବକଜଣକ ନିଜର ପତ୍ନୀ (୩୬) ଓ ପୁତ୍ର (୯)କୁ ନିଦ ଔଷଧ ଦେଇ ହତ୍ୟା କରିଥିଲେ। ଏହା ପରେ ସେ ଘରର ସିଲିଂ ଫ୍ୟାନ୍ରେ ଦଉଡ଼ି ଦେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ଏହି ସମୟରେ ପଡ଼ୋଶୀମାନେ ପୁଲିସକୁ ସୂଚିତ କରିଥିଲେ। ପୁଲିସ ପହଞ୍ଚି ଯୁବକଙ୍କୁ ଜୀବତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି। ଏଭଳି ଜଘନ୍ୟ କାଣ୍ଡ କରିବା ପୂର୍ବରୁ ଯୁବକଜଣକ ଶୁକ୍ରବାର ରାତିରେ ମୁମ୍ବାଇରେ ରହୁଥିବା ନିଜର ବଡ଼ପୁଅ (୧୪)କୁ ମୋବାଇଲ୍ରେ ବାର୍ତ୍ତା ପଠାଇଥିଲେ। ବାର୍ତ୍ତା ପାଇ ବଡ଼ପୁଅ ପଡ଼ୋଶୀଙ୍କୁ ସୂଚିତ କରିଥିଲା। ଯୁବକଜଣକ ୬ ଲକ୍ଷ ଓ ୨ ଲକ୍ଷ ଟଙ୍କା ମାସିକ ୧୦ ପ୍ରତିଶତ ସୁଧରେ ଦୁଇଜଣଙ୍କ ଠାରୁ ଧାର ଆଣିଥିଲେ। ପରେ ଅନ୍ୟଜଣଙ୍କ ଠାରୁ ୪ଲକ୍ଷ ଟଙ୍କା ଅନୁରୂପ ଭାବେ ଅଧିକ ସୁଧରେ କରଜ କରିଥିଲେ। ମୂଳ ଟଙ୍କା ସହ ୯ଲକ୍ଷ ଟଙ୍କା ସୁଧ ପ୍ରଦାନ କରିବା ପରେ ମଧ୍ୟ ଉକ୍ତ ଋଣଦାତାମାନେ ବଳକା ସୁଧଦେବାକୁ ଧମକଚମକ ଦେଇ ଆସୁଥିଲେ ବୋଲି ପ୍ରାଥମିକ ଅନୁସନ୍ଧାନରେ ଜଣାଯାଇଛି। ଏନେଇ ୪ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।




