ଉିତ୍ତରପ୍ରଦେଶ ସ୍କୁଲ୍‌ରେ ମୁସ୍‌ଲିମ ଛାତ୍ରଙ୍କୁ ମାଡ଼ ବିବାଦ ତେଜିଲା, ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜଣେ ଶିକ୍ଷୟିତ୍ରୀ ଶ୍ରେଣୀଗୃହରେ ଜଣେ ମୁସଲିମ ଛାତ୍ରଙ୍କୁ ମାଡ଼ ମାରିବାପାଇଁ ଅନ୍ୟ ଛାତ୍ରମାନଙ୍କୁ ନିର୍ଦ୍ଦେଶ ଦେବାକୁ ନେଇ ପ୍ରବଳ ବିବାଦ ହୋ‌ଇଛି। ପ୍ରାୟ ଘଣ୍ଟାଏ ଧରି ଜଣେ ମୁସଲିମ ଛାତ୍ରଙ୍କୁ ଶ୍ରେଣୀର ଅନ୍ୟ ଛାତ୍ରମାନେ ନିସ୍ତୁକ ମାଡ଼ ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହାକୁ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଛି। ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସାମ୍ପ୍ରଦା‌ୟିକ ଟିପ୍ପଣୀ ଦେଉଥିବା ଅଭିଯୋଗରେ ମୁଜାଫରନଗର ପୁଲିସ ଶିକ୍ଷୟିତ୍ରୀଙ୍କ […]

Samaya Live Picture
Published On

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜଣେ ଶିକ୍ଷୟିତ୍ରୀ ଶ୍ରେଣୀଗୃହରେ ଜଣେ ମୁସଲିମ ଛାତ୍ରଙ୍କୁ ମାଡ଼ ମାରିବାପାଇଁ ଅନ୍ୟ ଛାତ୍ରମାନଙ୍କୁ ନିର୍ଦ୍ଦେଶ ଦେବାକୁ ନେଇ ପ୍ରବଳ ବିବାଦ ହୋ‌ଇଛି। ପ୍ରାୟ ଘଣ୍ଟାଏ ଧରି ଜଣେ ମୁସଲିମ ଛାତ୍ରଙ୍କୁ ଶ୍ରେଣୀର ଅନ୍ୟ ଛାତ୍ରମାନେ ନିସ୍ତୁକ ମାଡ଼ ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହାକୁ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଛି। ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସାମ୍ପ୍ରଦା‌ୟିକ ଟିପ୍ପଣୀ ଦେଉଥିବା ଅଭିଯୋଗରେ ମୁଜାଫରନଗର ପୁଲିସ ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଉତ୍ତରପ୍ରଦେଶ ଖୁବ୍ବାପୁରର ନେହା ପବ୍ଲିକ ସ୍କୁଲ୍‌ରେ ଏହି ଘଟଣା ଘଟିଛି। ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଜଣକ ପରେ ଜଣେ ପିଟିବା ଭିଡିଓ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଛି। ଏହି ଘଟଣାକୁ ରାଜନୈତିକ ଦଳ ସମେତ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଛି। ଉକ୍ତ ଘଟଣାରେ ରାଜ୍ୟ ଶିକ୍ଷା ବିଭାଗ ଦ୍ବାରା ସ୍କୁଲକୁ ଏକ ନୋଟିସ କରାଯାଇଛି। ଏନ୍‌ସିପିସିଆର (ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିସନ୍‌) ଉକ୍ତ ଘଟଣାରେ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କ ନାଁ ତ୍ରାପ୍ତି ତ୍ୟାଗୀ।

ଶିକ୍ଷୟିତ୍ରୀ କହିଛନ୍ତି, ସେ ପିଲାଟିକୁ ଶୃଙ୍ଖଳା ଶିଖାଇବାକୁ ଚାହିଥିଲେ। ପିଲାର କାକା ହିଁ ତାଙ୍କୁ ଏଭଳି କରିବାକୁ କହିଥିବା ଶିକ୍ଷୟିତ୍ରୀ ଦାବି କରିଛନ୍ତି। ତ୍ୟାଗି କହିଛନ୍ତି, ଉକ୍ତ ଛାତ୍ର ମାସ ମାସ ଧରି ପାଠପଢ଼ାରେ ମନ ଦେଉନଥିଲା। ମୁଁ ତାକୁ ଶୃଙ୍ଖଳା ଶିଖାଇବାର ଥିଲା। ମୁଁ ଅନ୍ୟ ପିଲାଙ୍କ ଦ୍ବାରା ଉକ୍ତ ଛାତ୍ରକୁ ମାଡ଼ ମାରିବା ମୋର ଭୁଲ୍‌। କିନ୍ତୁ ଯେହେତୁ ମୁଁ ଭିନ୍ନକ୍ଷମ। ମୁଁ ନିଜେ ମାରିପାରିବିନି। ତେଣୁ ଅନ୍ୟ ଛାତ୍ରଙ୍କ ଦ୍ବାରା ମୁଁ ଉକ୍ତ ଛାତ୍ରକୁ ମାଡ଼ ମରା‌ଇଲି। ଶିକ୍ଷୟିତ୍ରୀ କହିଛନ୍ତି, ପିଲାର କାକା ତାଙ୍କୁ ଏଭଳି କରିବାକୁ ବାରମ୍ବାର କହିଥିଲେ ଏବଂ ନିଜେ ହିଁ ଏହି ଭିଡିଓ ରେକର୍ଡ କରି ପରେ ଭାଇରାଲ୍‌ କରିଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ସେ ଏଭଳି କରିଥିବା ଶିକ୍ଷୟିତ୍ରୀ ଦାବି କରିଛନ୍ତି। ଭିଡିଓର କିଛି ଅଂଶକୁ ସାଂପ୍ରଦାୟିକ ବିଦ୍ବେଷ ସୃଷ୍ଟି ପାଇଁ ଏଡିଟ୍‌ କରାଯାଇଥିବା ସେ କହିଛନ୍ତି। ମୁଜାଫରନଗର ଜିଲ୍ଲାପାଳ ଅରବିନ୍ଦ ମଲ୍ଲାପ୍ପା କହିଛନ୍ତି, ଆମେ ଉକ୍ତ ଘଟଣାରେ ବିସ୍ତୃତ ତଦନ୍ତ କରୁଛୁ। ଶିଶୁର ବାପାଙ୍କ ଅଭିଯୋଗ ଆଧାରରେ ଆମେ ଶିକ୍ଷୟିତ୍ରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛୁ ଏବଂ ଶିକ୍ଷୟିତ୍ରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ ହୋଇଛି। ଉଭୟ ଛାତ୍ର ଏବଂ ତାଙ୍କ ପରିବାର ଲୋକଙ୍କୁ କାଉନସେଲ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି। କଂଗ୍ରେସ ସଭାପତି ମଲ୍ଳିକାର୍ଜୁନ ଖଡ଼ଗେ ବିଜେପିକୁ ଏହି ପ୍ରସଙ୍ଗରେ କଡ଼ା ସମାଲୋଚନା କରି କହିଛନ୍ତି, ଏହା ବିଜେପିର ବିଭାଜନକାରୀ ଚିନ୍ତାଧାରା। ସମାଜବାଦୀ ପାର୍ଟି ଅଭିଯୋଗ କରିଛି ଏହା ବିଜେପି ଏବଂ ଆରଏସଏସର ଘୃଣା ରାଜନୀତି। ସପା ମୁଖ୍ୟ ଅଖିଳେଶ ଯାଦବ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାପାଇଁ ଦାବି କରିଛନ୍ତି।

Tags: