ଉରୁଗୁଏର ପୂର୍ବତନ ମିସ୍‌ ୱାର୍ଲ୍ଡ ପ୍ରତିଯୋଗୀ ଶେରିକାଙ୍କ କ୍ୟାନ୍ସରରେ ମୃତ୍ୟୁ

ନୂଆଦିଲ୍ଲୀ: ୨୦୧୫ ମସିହାରେ ମିସ୍‌ ୱାର୍ଲ୍ଡ ପ୍ରତିଯୋଗିତାରେ ଉରୁଗୁଏକୁ ପ୍ରତିନିଧିତ୍ବ କରିଥିବା ପୂର୍ବତନ ମିସ୍‌ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡି ଅରମାସଙ୍କର ଗତ ଅକ୍ଟୋବର ୧୩ ତାରିଖରେ ମୃତ୍ୟୁ ହୋଇଯାଇଛି। ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା। ସେ ସର୍ଭିକାଲ କ୍ୟାନସରରେ ପୀଡ଼ିତ ଥିଲେ। ଶେରିକା କେମୋଥେରାପି ଏବଂ ରେଡିଓଥେରାପି ଚିକିତ୍ସାରେ ଥିଲେ। ଶେରିକାଙ୍କର ଏଭଳି ଅଚାନକ ମୃତ୍ୟୁ ପାଇଁ ଉରୁଗୁଏ ବାସିନ୍ଦା ସ୍ତବ୍ଧ ହୋଇଯାଇଛନ୍ତି। ୨୦୨୨ ମସିହାର ଉରୁଗୁଏ ମିସ୍‌ ୟୁନିଭର୍ସ କାର୍ଲା ରୋମେରୋ […]

Samaya Live Picture
Published On

ନୂଆଦିଲ୍ଲୀ: ୨୦୧୫ ମସିହାରେ ମିସ୍‌ ୱାର୍ଲ୍ଡ ପ୍ରତିଯୋଗିତାରେ ଉରୁଗୁଏକୁ ପ୍ରତିନିଧିତ୍ବ କରିଥିବା ପୂର୍ବତନ ମିସ୍‌ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡି ଅରମାସଙ୍କର ଗତ ଅକ୍ଟୋବର ୧୩ ତାରିଖରେ ମୃତ୍ୟୁ ହୋଇଯାଇଛି। ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା। ସେ ସର୍ଭିକାଲ କ୍ୟାନସରରେ ପୀଡ଼ିତ ଥିଲେ। ଶେରିକା କେମୋଥେରାପି ଏବଂ ରେଡିଓଥେରାପି ଚିକିତ୍ସାରେ ଥିଲେ। ଶେରିକାଙ୍କର ଏଭଳି ଅଚାନକ ମୃତ୍ୟୁ ପାଇଁ ଉରୁଗୁଏ ବାସିନ୍ଦା ସ୍ତବ୍ଧ ହୋଇଯାଇଛନ୍ତି। ୨୦୨୨ ମସିହାର ଉରୁଗୁଏ ମିସ୍‌ ୟୁନିଭର୍ସ କାର୍ଲା ରୋମେରୋ ଶେରିକାଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଜୀବନରେ ଏଭଳି ସୁନ୍ଦରୀ ମହିଳାଙ୍କୁ ମୁଁ ଭେଟିନାହିଁ। ସେ ବହୁତ ସହଯୋଗ ଓ ସମର୍ଥନ ମଧ୍ୟ ପ୍ରଦାନ କରିଛନ୍ତି। ତାଙ୍କୁ କେବେ ବି ଭୁଲି ହେବନାହିଁ।

Tags: