ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ଅସାମ୍ବିଧାନିକ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କ୍ଷମତାରେ ଥିବା ଦଳର କିମ୍ବା ମେଣ୍ଟର ବରିଷ୍ଠ ନେତାଙ୍କୁ ଅଧିକ ଗୁରୁତ୍ୱ ଦେବା ପାଇଁ ଅନେକ ରାଜ୍ୟରେ ସେମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବା ଆଦୌ ଅସାମ୍ବିଧାନିକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀମାନେ ସମ୍ବିଧାନ ଅନୁଯାୟୀ କେବଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳର ସଦସ୍ୟ ଅଟନ୍ତି ଏବଂ ଆଉ କିଛି ନୁହେଁ। ସମ୍ବିଧାନରେ ଏଭଳି କୌଣସି […]
ନୂଆଦିଲ୍ଲୀ: କ୍ଷମତାରେ ଥିବା ଦଳର କିମ୍ବା ମେଣ୍ଟର ବରିଷ୍ଠ ନେତାଙ୍କୁ ଅଧିକ ଗୁରୁତ୍ୱ ଦେବା ପାଇଁ ଅନେକ ରାଜ୍ୟରେ ସେମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବା ଆଦୌ ଅସାମ୍ବିଧାନିକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀମାନେ ସମ୍ବିଧାନ ଅନୁଯାୟୀ କେବଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳର ସଦସ୍ୟ ଅଟନ୍ତି ଏବଂ ଆଉ କିଛି ନୁହେଁ। ସମ୍ବିଧାନରେ ଏଭଳି କୌଣସି ପଦବୀର ଉଲ୍ଲେଖ ନାହିଁ ବୋଲି ଦର୍ଶାଇ ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରୁଥିବା ଜନସ୍ୱାର୍ଥ ମାମଲାକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ସମ୍ବିଧାନର କୌଣସି ବ୍ୟବସ୍ଥାକୁ ଉଲ୍ଲଂଘନ କରେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।




