ଉଦୟପୁର ରାଜପ୍ରାସାଦରେ ବିଧାୟକ ଓ ତାଙ୍କ ଭାଇଙ୍କ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୩ ଆହତ
ଉଦୟପୁର: ଉଦୟପୁରରେ ବିଜେପି ବିଧାୟକ ବିଶ୍ୱରାଜ ସିଂହ ମେୱାର ୭୭ତମ ମହାରାଣା ଭାବେ ରାଜତିଳକ ଲଗାଇଛନ୍ତି। ଏହାପରେ ଐତିହାସିକ ସିଟି ପ୍ୟାଲେସ୍ ଫାଟକରେ ବିଧାୟକ ବିଶ୍ବରାଜ ସିଂହ ମେଓ୍ଵାର ଏବଂ ତାଙ୍କ ସମ୍ପର୍କୀୟ ଭାଇ ଲକ୍ଷ୍ୟ ରାଜ ସିଂହ ମେଓ୍ଵାରଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଛି। ବିଧାୟକ ବିଶ୍ୱରାଜ ସିଂହ ମେୱାରଙ୍କୁ ରାଜମହଲ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା। ଏହାକୁ ନେଇ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଉଭୟ ପକ୍ଷର ପଥର ମାଡ଼ରେ […]
ଉଦୟପୁର: ଉଦୟପୁରରେ ବିଜେପି ବିଧାୟକ ବିଶ୍ୱରାଜ ସିଂହ ମେୱାର ୭୭ତମ ମହାରାଣା ଭାବେ ରାଜତିଳକ ଲଗାଇଛନ୍ତି। ଏହାପରେ ଐତିହାସିକ ସିଟି ପ୍ୟାଲେସ୍ ଫାଟକରେ ବିଧାୟକ ବିଶ୍ବରାଜ ସିଂହ ମେଓ୍ଵାର ଏବଂ ତାଙ୍କ ସମ୍ପର୍କୀୟ ଭାଇ ଲକ୍ଷ୍ୟ ରାଜ ସିଂହ ମେଓ୍ଵାରଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଛି। ବିଧାୟକ ବିଶ୍ୱରାଜ ସିଂହ ମେୱାରଙ୍କୁ ରାଜମହଲ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା। ଏହାକୁ ନେଇ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଉଭୟ ପକ୍ଷର ପଥର ମାଡ଼ରେ ୩ ଜଣ ଆହତ ହୋଇଛନ୍ତି। ଉଦୟପୁରର ସିଟି ପ୍ୟାଲେସ ବାହାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ସିଟି ପ୍ୟାଲେସ୍ ବାହାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସୋମବାର ଚିତ୍ତୋରଗଡ଼ ଦୁର୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପି ବିଧାୟକ ବିଶ୍ୱରାଜ ସିଂହ ମେୱାରର ପୂର୍ବତନ ରାଜପରିବାରର ସିଂହାସନରେ ବସିଥିଲେ। ବିଶ୍ୱରାଜଙ୍କ ପିତା ମହେନ୍ଦ୍ର ସିଂହ ମେୱାରଙ୍କର ଚଳିତ ମାସ ପ୍ରାରମ୍ଭରେ ଦେହାନ୍ତ ହୋଇଥିଲା।




