ଉଦ୍ଧବ ଠାକରେଙ୍କ ‘ଯଦି ଅପମାନ ଲାଗିଛି ଆମ ଦଳରେ ଯୋଗ ଦିଅ’ ଟିପ୍ପଣୀର ଜବାବ ଦେଲେ ଗଡ଼କରୀ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ବିଜେପି ଛାଡ଼ି ବିରୋଧୀ ଦଳରେ ଯୋଗ ଦେବା ଟିପ୍ପଣୀ ଅପରିପକ୍ବ ଏବଂ ହାସ୍ୟାସ୍ପଦ। ରାଜନୈତିକ ସ୍ତରରେ ସବୁଠୁ ସମ୍ମାନିତ ଗଡ଼କରୀ କହିଛନ୍ତି, ବିଜେପି ନେତାମାନଙ୍କ ବିଷୟରେ ଚିନ୍ତା କରିବା ଠାକରେଙ୍କର କିଛି ଆବଶ୍ୟକତା ନାହିଁ। ବିଜେପିରେ ପ୍ରାର୍ଥୀଙ୍କୁ ଟିକେଟ ଦେବାର ଏକ ପଦ୍ଧତି ରହିଛି। ଠାକରେଙ୍କର ଏନେଇ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରର ୟବତମାଲରେ […]

Samaya Live Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ବିଜେପି ଛାଡ଼ି ବିରୋଧୀ ଦଳରେ ଯୋଗ ଦେବା ଟିପ୍ପଣୀ ଅପରିପକ୍ବ ଏବଂ ହାସ୍ୟାସ୍ପଦ। ରାଜନୈତିକ ସ୍ତରରେ ସବୁଠୁ ସମ୍ମାନିତ ଗଡ଼କରୀ କହିଛନ୍ତି, ବିଜେପି ନେତାମାନଙ୍କ ବିଷୟରେ ଚିନ୍ତା କରିବା ଠାକରେଙ୍କର କିଛି ଆବଶ୍ୟକତା ନାହିଁ। ବିଜେପିରେ ପ୍ରାର୍ଥୀଙ୍କୁ ଟିକେଟ ଦେବାର ଏକ ପଦ୍ଧତି ରହିଛି। ଠାକରେଙ୍କର ଏନେଇ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରର ୟବତମାଲରେ ଏକ ରାଲିରେ ଉଦବୋଧନ ଦେଇ ଉଦ୍ଧବ ଠାକରେ କହିଥିଲେ ଯେ ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରୁ ନୀତିନ ଗଡ଼କରୀଙ୍କ ନାଁ ବାଦ୍ ପଡ଼ିଛି। ଏପରିକି ଏକଦା ଦୁର୍ନୀତି ପାଇଁ ବିଜେପି ଟାର୍ଗେଟରେ ଥିବା ପୂର୍ବତନ କଂଗ୍ରେସ ନେତା କୃପାଶଙ୍କର ସିଂହଙ୍କୁ ବିଜେପି ଟିକେଟ ଦେଇଛି କିନ୍ତୁ ଗଡ଼କରୀଙ୍କୁ ଟିକେଟ ଦେଇନି। ରାଲିରେ ଠାକରେ କହିଛନ୍ତି, ୨ ଦିନ ପୂର୍ବେ ମୁଁ ଗଡ଼କରୀଙ୍କୁ କହିଥିଲି ଏବଂ ଆଜି ମଧ୍ୟ କହୁଛି ଯେ ଯଦି ଆପଣଙ୍କୁ ଅପମାନିତ ଲାଗୁଛି ତେବେ ବିଜେପି ଛାଡ଼ି ଏମଭିଏ (ମହା ବିକାଶ ଅଘାଡ଼ି)ରେ ଯୋଗ ଦିଅ। ଆମେ ଆପଣଙ୍କର ବିଜୟ ସୁନିଶ୍ଚିତ କରୁଛୁ । ଆମ ସରକାର କ୍ଷମତାକୁ ଆସିଲେ ଆମେ ଆପଣଙ୍କୁ ମନ୍ତ୍ରୀ କରିବୁ। ତେବେ ଠାକରେଙ୍କ ଟିପ୍ପଣୀକୁ ଗଡ଼କରୀ ଅପରିପକ୍ବ ଏବଂ ହାସ୍ୟାସ୍ପଦ କହିଛନ୍ତି। ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ସଂକ୍ରାନ୍ତରେ ଏବେ ବି ଆଲୋଚନା ଜାରି ରହିଛି ବୋଲି ଗଡ଼କରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ଗଡ଼କରୀଙ୍କ ନାଁ ନଥିବାରୁ ଠାକରେ ତାଙ୍କ ବିରୋଧରେ ଏଭଳି ଟିପ୍ପଣୀ ଦେଇଛନ୍ତି।

Tags: