ଉଦ୍‌ଘାଟନର ଦିନକ ପରେ ବନ୍ଦ ହେଲା ବିହାର କ୍ଲକ୍‌ ଟାୱାର

ପାଟନା  : ବିହାରରେ ଏକ କ୍ଲକ୍‌ ଟାୱାର ଏବେ ସୋସିଆଲ ମିଡିଆ ଝଡ଼ର କେନ୍ଦ୍ରବିନ୍ଦୁ ପାଲଟିଛି। କ୍ଲକ୍‌ ଟାୱାରଟି ବିହାରର ସ୍ମାର୍ଟ ସିଟି ପ୍ରୋଜେକ୍ଟ ଅଧୀନରେ ୪୦ ଲକ୍ଷ ଟଙ୍କାରେ ତିଆରି ହୋଇଥିଲା। କିନ୍ତୁ ଉଦ୍‌ଘାଟନ ହେବାର ଦିନକ ପରେ ଏହା ବନ୍ଦ ହୋଇଯାଇଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯା‌ୟୀ କ୍ଲକ୍‌ ଟାୱାର୍‌ଟିକୁ ତରବରିଆ ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରଗତି ଯାତ୍ରା ପାଇଁ କାର୍ଯ୍ୟକ୍ଷମ କରାଯାଇଥିଲା। କିନ୍ତୁ ଠିକ୍‌ ପରଦିନ ଚୋରମାନେ ଟାୱାର୍‌ର କପର୍‌ ତାର କାଢ଼ି ନେବା […]

ଉଦ୍‌ଘାଟନର ଦିନକ ପରେ ବନ୍ଦ ହେଲା ବିହାର କ୍ଲକ୍‌ ଟାୱାର
Samaya Live Picture
Published On

ପାଟନା  : ବିହାରରେ ଏକ କ୍ଲକ୍‌ ଟାୱାର ଏବେ ସୋସିଆଲ ମିଡିଆ ଝଡ଼ର କେନ୍ଦ୍ରବିନ୍ଦୁ ପାଲଟିଛି। କ୍ଲକ୍‌ ଟାୱାରଟି ବିହାରର ସ୍ମାର୍ଟ ସିଟି ପ୍ରୋଜେକ୍ଟ ଅଧୀନରେ ୪୦ ଲକ୍ଷ ଟଙ୍କାରେ ତିଆରି ହୋଇଥିଲା। କିନ୍ତୁ ଉଦ୍‌ଘାଟନ ହେବାର ଦିନକ ପରେ ଏହା ବନ୍ଦ ହୋଇଯାଇଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯା‌ୟୀ କ୍ଲକ୍‌ ଟାୱାର୍‌ଟିକୁ ତରବରିଆ ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରଗତି ଯାତ୍ରା ପାଇଁ କାର୍ଯ୍ୟକ୍ଷମ କରାଯାଇଥିଲା। କିନ୍ତୁ ଠିକ୍‌ ପରଦିନ ଚୋରମାନେ ଟାୱାର୍‌ର କପର୍‌ ତାର କାଢ଼ି ନେବା ଫଳରେ ଏହା ଆଉ କାମ କରୁନାହିଁ। ଏଭଳି ସ୍ଥିତି ପାଇଁ ନେଟିଜେନ୍‌ମାନେ କଡ଼ା ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ବିହାରର ଏହି କ୍ଲକ୍‌ ଟାୱାରକୁ ଭାରତର ଅନ୍ୟ ଅଂଶରେ ଥିବା ବିଭିନ୍ନ କ୍ଲକ୍‌ ଟାୱାର ସହ ତୁଳନା କରି ସମାଲୋଚନା କରିଛନ୍ତି।

Tags: