ଉତ୍ତର ଭାରତ ରେଳଧାରଣା ଜଳମଗ୍ନ, ୭୦୦ ଟ୍ରେନ ବାତିଲ
ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଭାରତରେ ରେଳ ଧାରଣା ଗୁଡ଼ିକ ବୁଡ଼ି ଯାଇଛି। ଅନେକ ସ୍ଥାନରେ ରେଳଧାରଣା ନଷ୍ଟ ହୋଇଯାଇଛି। ରେଳଧାରଣାର ମରାମତି ଆବଶ୍ୟକ। ଏହି କାରଣ ପାଇଁ ଉତ୍ତର ଭାରତରେ ୩୦୦ ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ୍ ଓ ୪୦୬ ପାସେଞ୍ଜର ଟ୍ରେନ୍ ଜୁଲାଇ ୭ରୁ ଜୁଲାଇ ୧୫ ମଧ୍ୟରେ ବାତିଲ ରହିଛି। ମୋଟ୍ ଉପରେ ୬୦୦ ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ୍ ପ୍ରଭାବିତ ହୋଇ୍ଥିବାବେଳେ ୫୦୦ରୁ ଅଧିକ ପାସେଞ୍ଜର ଟ୍ରେନ୍ ପ୍ରଭାବିତ […]
ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଭାରତରେ ରେଳ ଧାରଣା ଗୁଡ଼ିକ ବୁଡ଼ି ଯାଇଛି। ଅନେକ ସ୍ଥାନରେ ରେଳଧାରଣା ନଷ୍ଟ ହୋଇଯାଇଛି। ରେଳଧାରଣାର ମରାମତି ଆବଶ୍ୟକ। ଏହି କାରଣ ପାଇଁ ଉତ୍ତର ଭାରତରେ ୩୦୦ ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ୍ ଓ ୪୦୬ ପାସେଞ୍ଜର ଟ୍ରେନ୍ ଜୁଲାଇ ୭ରୁ ଜୁଲାଇ ୧୫ ମଧ୍ୟରେ ବାତିଲ ରହିଛି। ମୋଟ୍ ଉପରେ ୬୦୦ ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ୍ ପ୍ରଭାବିତ ହୋଇ୍ଥିବାବେଳେ ୫୦୦ରୁ ଅଧିକ ପାସେଞ୍ଜର ଟ୍ରେନ୍ ପ୍ରଭାବିତ ହୋଇଛି। କିଛି ଟ୍ରେନ୍ ବାତିଲ କରାଯାଇଛି। ଜମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କାଶ୍ମୀର, ହିମାଚଳ, ଉତ୍ତରାଖଣ୍ଡ ଏବଂ ପଂଜାବରେ ଗମନାଗମନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଉତ୍ତର ରେଳବାଇର ଏକ ବିବୃତି ଅନୁଯାୟୀ ପ୍ରବଳ ବର୍ଷା ଏବଂ ଖରାପ୍ ପାଗ ପାଇଁ ଦିଲ୍ଲୀ, ପଂଜାବ, ହରିୟାଣା, ହିମାଚଳପ୍ରଦେ ଏବଂ ଜମ୍ମୁ କାଶ୍ମୀରରେ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି। ସବୁ ପ୍ରମୁଖ ରେଳ ଷ୍ଟେସନ୍ ଗୁଡ଼ିକରେ ଏଥିପାଇଁ ହେଲ୍ପଡେସ୍କ ଖୋଲାଯାଇଛି।




