ଉତ୍ତର ଭାରତରେ ଭୂକମ୍ପ ଝଟ୍କା
ନୂଆଦିଲ୍ଳୀ: ଉତ୍ତର ଭାରତ ଆଜି ଥରି ଉଠିଛି । ଦିଲ୍ଲୀ-ଏନସିଆର ଓ ବିହାର ସମେତ ଦେଶର ଅନେକ ସ୍ଥାନରେ ଆଜି ସକାଳୁ ଭୂମିକମ୍ପ ଅନୁଭୁତ ହୋଇଛି । ସକାଳ ୬ଟା ୪୦ରେ ଦିଲ୍ଲୀ-ଏନସିଆର, ମଧ୍ୟପ୍ରଦେଶ ଏବଂ ବିହାରର ପାଟନା, ମୁଜାଫରପୁର ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ସ୍ଥାନରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଦିଲ୍ଲୀ, ନଏଡା, ଗାଜିଆବାଦ ସମେତ ଏନସିଆର ଅଞ୍ଚଳରେ ରହୁଥିବା ଲୋକମାନେ ଭୂକମ୍ପ ଯୋଗୁ ଘର ବାହାରକୁ ବାହାରି ଆସିଥିଲେ। ତେବେ ଏଥିରେ […]
ନୂଆଦିଲ୍ଳୀ: ଉତ୍ତର ଭାରତ ଆଜି ଥରି ଉଠିଛି । ଦିଲ୍ଲୀ-ଏନସିଆର ଓ ବିହାର ସମେତ ଦେଶର ଅନେକ ସ୍ଥାନରେ ଆଜି ସକାଳୁ ଭୂମିକମ୍ପ ଅନୁଭୁତ ହୋଇଛି । ସକାଳ ୬ଟା ୪୦ରେ ଦିଲ୍ଲୀ-ଏନସିଆର, ମଧ୍ୟପ୍ରଦେଶ ଏବଂ ବିହାରର ପାଟନା, ମୁଜାଫରପୁର ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ସ୍ଥାନରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଦିଲ୍ଲୀ, ନଏଡା, ଗାଜିଆବାଦ ସମେତ ଏନସିଆର ଅଞ୍ଚଳରେ ରହୁଥିବା ଲୋକମାନେ ଭୂକମ୍ପ ଯୋଗୁ ଘର ବାହାରକୁ ବାହାରି ଆସିଥିଲେ।
ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଉତ୍ତର ଭାରତର ଅନେକ ସହରରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ରହିଛି । ମିଳିଥିବା ସୂଚନା ଅନୁଯାୟୀ ନେପାଳ, ଚୀନରେ ମଧ୍ୟ ଭୁମିକମ୍ପର ଝଟକା ଅନୁଭୁତ ହୋଇଛି ।




