ଉତ୍ତର ଭାରତରେ ବର୍ଷା ବିତ୍ପାତ, ହିମାଚଳପ୍ରଦେଶରେ ୫ ମୃତ
ନୂଆଦିଲ୍ଲୀ : ଶନିବାର ଏବଂ ରବିବାର ଉତ୍ତରପଶ୍ଚିମ ଭାରତର ବିଭିନ୍ନ ଅଂଶରେ ପ୍ରବଳ ବର୍ଷା ହୋଇଛି। ଦିଲ୍ଲୀ ବର୍ଷା ୪୧ ବର୍ଷର ରେକର୍ଡ ଭାଙ୍ଗିଛି। ଦିଲ୍ଲୀରେ ୨୪ ଘଣ୍ଟାରେ ୧୫୩ ମିମି ବର୍ଷା ଜଳ ରେକର୍ଡ କରାଯାଇଛି। ଜୁଲାଇ ୧୯୮୨ ପରେ ଦିଲ୍ଲୀରେ ଦିନକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ପଶ୍ଚିମ ଜଳବାୟୁ ପ୍ରଭାବରେ ଉତ୍ତରପଶ୍ଚିମ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଗକୁ ହାଲୁକା […]
ନୂଆଦିଲ୍ଲୀ : ଶନିବାର ଏବଂ ରବିବାର ଉତ୍ତରପଶ୍ଚିମ ଭାରତର ବିଭିନ୍ନ ଅଂଶରେ ପ୍ରବଳ ବର୍ଷା ହୋଇଛି। ଦିଲ୍ଲୀ ବର୍ଷା ୪୧ ବର୍ଷର ରେକର୍ଡ ଭାଙ୍ଗିଛି। ଦିଲ୍ଲୀରେ ୨୪ ଘଣ୍ଟାରେ ୧୫୩ ମିମି ବର୍ଷା ଜଳ ରେକର୍ଡ କରାଯାଇଛି। ଜୁଲାଇ ୧୯୮୨ ପରେ ଦିଲ୍ଲୀରେ ଦିନକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ପଶ୍ଚିମ ଜଳବାୟୁ ପ୍ରଭାବରେ ଉତ୍ତରପଶ୍ଚିମ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଗକୁ ହାଲୁକା ବର୍ଷା ହେଲେ ବି ଦିଲ୍ଲୀ ବାସିନ୍ଦା ସମସ୍ୟା ସାମ୍ନା କରିବେ। ପ୍ରବଳ ବର୍ଷା ପାର୍କ,ଅଣ୍ଡରପାସ, ମାର୍କେଟ୍ ଏବଂ ଏପରିକି ହସ୍ପିଟାଲ ପରିସର ବି ବୁଡ଼ାଇ ଦେଇଛି। ଗୁରୁଗ୍ରାମରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଛି। ହିମାଚଳପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଶିମଲାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚାମ୍ବାରେ ଜଣଙ୍କର ଏବଂ କୁଲ୍ଲୁରେ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ବିସ୍ ନଦୀ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। କାଙ୍ଗ୍ରା, ମଣ୍ଡି ଏବଂ ଶିମ୍ଲାରେ ଏସଡିଆରଏଫ୍ ଏବଂ ଏନଡିଆରଏଫ୍ ମୁତୟନ ହୋଇଛନ୍ତି। ଶିମଲା , ଶିରମୌର, ଲାହଲ ଏବଂ ସ୍ପିଟି , ଚାମ୍ବା ଏବଂ ସୋଲନ ଜିଲ୍ଲାରେ ଅଚାନକ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ରାସ୍ତାଘାଟ ବନ୍ଦ ରହିଛି। କାଶ୍ମୀରରେ ମଧ୍ୟ ଗତ ୨ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଅମରନାଥ ଯାତ୍ରା ବନ୍ଦ ରହିଛି। ହରିୟାଣା ଏବଂ ପଂଜାବରେ ପ୍ରବଳ ବର୍ଷା ହେଉଛି।




