ଉତ୍ତର ଭାରତରେ ଜଳ ପ୍ରଳୟ, ଶତାଧିକ ମୃତ

ନୂଆଦିଲ୍ଲୀ : ଉତ୍ତର ଭାରତରେ ଗତ ୪ ଦିନ ଧରି ଲଗାଣ ବର୍ଷା ଅତି ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ବର୍ଷା ଯୋଗୁଁ ଅନେକ ଲୋକଙ୍କ ଜୀବନ ଗଲାଣି। ହିମାଚଳପ୍ରଦେଶ, ଦିଲ୍ଲୀ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଂଜାବ ଏବଂ ହରିୟାଣାରେ ଜଳ ପ୍ରଳୟ ଆଣିଛି। ହିମାଚଳରେ ବର୍ଷା ଯୋଗୁଁ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। କେବଳ ମଙ୍ଗଳବାର ଦିନ ଉତ୍ତର ଭାରତରେ ୨୦ ‌ଜଣଙ୍କ ମୃତ୍ୟୁ ହୋଇଛି। ହିମାଚଳରେ ଗତ ୨ ଦିନରେ ୪୦ରୁ ଅଧିକ ଲୋକଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତର ଭାରତରେ ଗତ ୪ ଦିନ ଧରି ଲଗାଣ ବର୍ଷା ଅତି ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ବର୍ଷା ଯୋଗୁଁ ଅନେକ ଲୋକଙ୍କ ଜୀବନ ଗଲାଣି। ହିମାଚଳପ୍ରଦେଶ, ଦିଲ୍ଲୀ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଂଜାବ ଏବଂ ହରିୟାଣାରେ ଜଳ ପ୍ରଳୟ ଆଣିଛି। ହିମାଚଳରେ ବର୍ଷା ଯୋଗୁଁ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। କେବଳ ମଙ୍ଗଳବାର ଦିନ ଉତ୍ତର ଭାରତରେ ୨୦ ‌ଜଣଙ୍କ ମୃତ୍ୟୁ ହୋଇଛି। ହିମାଚଳରେ ଗତ ୨ ଦିନରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଉତ୍ତରାଖଣ୍ଡଷଣ ଗତକାଲି ୫ ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ, ପଂଜାବ, ରାଜସ୍ଥାନରେ ଗତକାଲି ବର୍ଷା ଜନିତ କାରଣ ପାଇଁ ଗୋଟିଏ ଲେଖାଏଁ ମୃତ୍ୟୁ ‌ହୋଇଛି। ସମଗ୍ର ଉତ୍ତର ଭାରତରେ ବର୍ଷା ଏବଂ ବନ୍ୟା ପାଇଁ ଶତାଧିକ ଲୋକଙ୍କ ମୃତ୍ୟୁ ହେଲାଣି।
ଇତି ମଧ୍ୟରେ ଆଇଏମ୍‌ଡି ଆକଳନ କରିଛି ଯେ ଦେଶର ୨୩ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶର ବିଭିନ୍ନ ଅଞ୍ଚଳରେ ରେଡ ଆଲର୍ଟ ଜାରି ହୋଇଛି। ପଶ୍ଚିମବଙ୍ଗ, ସିକ୍କିମ, ଅରୁଣାଚଳପ୍ରଦେଶ ,ଆସାମ ଏବଂ ମେଘାଳୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଆଜି ବନ୍ୟା ପ୍ରବଣ ଅଞ୍ଚଳ କୁଲ୍ଲୁ, ମଣ୍ଡି ଏବଂ ଲାହଲ ସ୍ପିଟି ଜିଲ୍ଲାରେ ଏରିଏଲ୍‌ ସର୍ଭେ କରିଛନ୍ତି।
ଦିଲ୍ଲୀରେ ବନ୍ୟା ଭୟ ରହିଛି। ଯମୁନା ନଦୀ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ୧୦ ବର୍ଷ ମଧ୍ୟରେ ଯମୁନା ନଦୀ ଜଳସ୍ତର ସର୍ବାଧିକ ରହିଛି। ଯମୁନା ଫୁଲୁଥିବାରୁ ଦିଲ୍ଲୀ ସରକାର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରିଛନ୍ତି।

Tags: