ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା; ମଣିପୁରରେ ୩, ଆସାମରେ ୮ଜଣଙ୍କ ମୃତ୍ୟୁ

ଇମ୍ଫାଲ୍: ବାତ୍ୟା ରେମାଲ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିତ୍ପାତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ବ୍ରହ୍ମପୁତ୍ର, ବାରାକ ଓ କୋପିଲି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ ଗାଁ-ଗଣ୍ଡା ପାଣି ଘେରରେ ଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ମଣିପୁର ଓ ଆସାମ ସରକାର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି। ମଣିପୁରରେ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ପରେ ବର୍ଷା ବିତ୍ପାତରେ […]

Samaya Live Picture
Published On

ଇମ୍ଫାଲ୍: ବାତ୍ୟା ରେମାଲ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିତ୍ପାତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ବ୍ରହ୍ମପୁତ୍ର, ବାରାକ ଓ କୋପିଲି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ ଗାଁ-ଗଣ୍ଡା ପାଣି ଘେରରେ ଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ମଣିପୁର ଓ ଆସାମ ସରକାର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି। ମଣିପୁରରେ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ପରେ ବର୍ଷା ବିତ୍ପାତରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରୁ ଜଣାଯାଇଛି ଯେ ବିଭିନ୍ନ ନଦୀରେ ୧୮ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ବେଳେ ୧୭ଟି ଘାଇର ମରାମତି କରାଯାଇଛି। ସେହିଭଳି, ଆସାମରେ ହଇଲାକଣ୍ଡି ଜିଲ୍ଲାରେ ଜଣେ ୭୦ ବର୍ଷୀୟ ବ୍ୟକ୍ତି ଓ ୩୦ ବର୍ଷୀୟ ଯୁବକଙ୍କ ପାଣିରେ ବୁଡ଼ି ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନାନୁସାରେ ବଢ଼ି ଯୋଗୁଁ ୯ଟି ଜିଲ୍ଲାର ୧ଲକ୍ଷ ୯୮ହଜାର ୮୫୬ଜଣ ପ୍ରଭାବିତ ହୋଇଛନ୍ତି।

Tags: