ଉତ୍ତର ପୂର୍ବରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଶୁଭାରମ୍ଭ କଲେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀ-ଜଲପାଇଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ଏହା ଉତ୍ତରପୂର୍ବରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ମୋଦୀ ଆଜି ଭର୍ଚୁଆଲ ଭାବେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ମାତ୍ର ସାଢ଼େ ୫ ଘଣ୍ଟା ମଧ୍ୟରେ ଟ୍ରେନ୍ଟି ୪୧୦ କିମି ଅତିକ୍ରମ କରିବ। ଏହି ବନ୍ଦେ ଭାରତ ଟ୍ରେନ୍ ଉତ୍ତରପୂର୍ବରେ ପର୍ଯ୍ୟଟନକୁ ସୁଦୃଢ଼ କରିବ। ଏହି ଟ୍ରେନ୍ ଆସାମରେ କାମାକ୍ଷା ମନ୍ଦିର, କାଜିରଙ୍ଗା ସାଙ୍କଚୁଆରି, […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀ-ଜଲପାଇଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ଏହା ଉତ୍ତରପୂର୍ବରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ମୋଦୀ ଆଜି ଭର୍ଚୁଆଲ ଭାବେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ମାତ୍ର ସାଢ଼େ ୫ ଘଣ୍ଟା ମଧ୍ୟରେ ଟ୍ରେନ୍ଟି ୪୧୦ କିମି ଅତିକ୍ରମ କରିବ। ଏହି ବନ୍ଦେ ଭାରତ ଟ୍ରେନ୍ ଉତ୍ତରପୂର୍ବରେ ପର୍ଯ୍ୟଟନକୁ ସୁଦୃଢ଼ କରିବ। ଏହି ଟ୍ରେନ୍ ଆସାମରେ କାମାକ୍ଷା ମନ୍ଦିର, କାଜିରଙ୍ଗା ସାଙ୍କଚୁଆରି, ମାନସ ବ୍ୟାଘ୍ର ସଂରକ୍ଷାଳୟ, ମେଘାଳୟର ସିଲଂ ଏବଂ ଚେରାପୁଞ୍ଜି ଏବଂ ଅରୁଣାଚଳ ପ୍ରଦେଶର ତାୱଙ୍ଗକୁ ଏହି ଟ୍ରେନ୍ ଯୋଗାଯୋଗ କରିବ। ପୂର୍ବ ସରକାରକୁ କଟାକ୍ଷ କରି ମୋଦୀ କହିଛନ୍ତି, ୨୦୧୬ରେ ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପୂର୍ବରୁ ରାଜ୍ୟରେ ବିକାଶ ବହୁତ ପଛରେ ଥିଲା। ଏହା ଦେଶର ୧୮ତମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍।




