ଉତ୍ତର ଗାଜାରେ ହମାସ ଆଡ଼ାସ୍ଥଳ ଉପରେ ଇସ୍ରାଏଲ ସେନାର ଆକ୍ରମଣ

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ ସ୍ଥଳ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏହା ଉତ୍ତର ଗାଜାରେ ଗତକାଲି ରାତିରେ ଟାର୍ଗେଟ୍ ଆକ୍ରମଣ କରିଛି। ଗାଜାରେ ଇସ୍ରାଏଲ ସେନା ଏବଂ ଟ୍ୟାଙ୍କ୍ ପ୍ରବେଶ କରି ହମାସ ଗୋଷ୍ଠୀର ବିଭିନ୍ନ ଆଡ଼ାସ୍ଥଳ ଉପରେ ଆକ୍ରମଣ କରିଛି। ହମାସ ଆତଙ୍କବାଦୀ ଗୋଷ୍ଠୀର ବିଭିନ୍ନ ଭିତ୍ତିଭୂମି, ଆଣ୍ଟି ଟ୍ୟାଙ୍କ୍ ମିସାଇଲ ଲଞ୍ଚ୍ ପୋଷ୍ଟ୍ ଉପରେ ଇସ୍ରାଏଲ ସେନା ଆକ୍ରମଣ କରିଛି। ଇସ୍ରାଏଲ ସେନା ପକ୍ଷରୁ ଏନେଇ ଏକ ଅନଲାଇନ୍ ବିବୃତି ଜାରି କରି କୁହାଯାଇଛି […]

Samaya Live Picture
Published On

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ ସ୍ଥଳ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏହା ଉତ୍ତର ଗାଜାରେ ଗତକାଲି ରାତିରେ ଟାର୍ଗେଟ୍ ଆକ୍ରମଣ କରିଛି। ଗାଜାରେ ଇସ୍ରାଏଲ ସେନା ଏବଂ ଟ୍ୟାଙ୍କ୍ ପ୍ରବେଶ କରି ହମାସ ଗୋଷ୍ଠୀର ବିଭିନ୍ନ ଆଡ଼ାସ୍ଥଳ ଉପରେ ଆକ୍ରମଣ କରିଛି। ହମାସ ଆତଙ୍କବାଦୀ ଗୋଷ୍ଠୀର ବିଭିନ୍ନ ଭିତ୍ତିଭୂମି, ଆଣ୍ଟି ଟ୍ୟାଙ୍କ୍ ମିସାଇଲ ଲଞ୍ଚ୍ ପୋଷ୍ଟ୍ ଉପରେ ଇସ୍ରାଏଲ ସେନା ଆକ୍ରମଣ କରିଛି। ଇସ୍ରାଏଲ ସେନା ପକ୍ଷରୁ ଏନେଇ ଏକ ଅନଲାଇନ୍ ବିବୃତି ଜାରି କରି କୁହାଯାଇଛି ଯେ ପରବର୍ତ୍ତୀ ପର୍ଯ୍ୟାୟ ଯୁଦ୍ଧର ପ୍ରସ୍ତୁତି ପୂର୍ବକ ଉତ୍ତର ଗାଜାରେ ଏହି ଅପରେସନ୍ କରାଯାଇଛି। ତେବେ ଇସ୍ରାଏଲ ସେନା ସଦସ୍ୟ ତତ୍କାଳ ଉକ୍ତ ଅଞ୍ଚଳ ଛାଡ଼ି ଇସ୍ରାଏଲ ପରିସରକୁ ଚାଲି ଆସିଥିବା ସେନା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ହମାସକୁ ରାସ୍ତାରୁ ହଟାଇବାପାଇଁ ଇସ୍ରାଏଲ ଗାଜାରେ ଖୁବଶୀଘ୍ର ସ୍ଥଳ ଅଭିଯାନ ଆରମ୍ଭ କରିବ। କିନ୍ତୁ କେବେ ଅପରେସନ ଆରମ୍ଭ ହେବ ସେନେଇ ନେତାନ୍ୟାହୁ କିଛି ସ୍ପଷ୍ଟ କରିନାହାନ୍ତି। ସେହିପରି ଇସ୍ରାଏଲ ଆକ୍ରମଣରେ ଗାଜାରେ ୭,୦୨୮ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଦାବି ହୋଇଛି। ଏମାନଙ୍କ ମଧ୍ୟରେ ୨,୯୧୩ ଜଣ ଶିଶୁ ଅଛନ୍ତି।

Tags: