ଉତ୍ତର ଗାଜାରେ ହମାସ ଆଡ଼ାସ୍ଥଳ ଉପରେ ଇସ୍ରାଏଲ ସେନାର ଆକ୍ରମଣ ଜାରି

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧକୁ ୨୦ ଦିନ ବିତିଯାଇଛି। ପ୍ରତିଦିନ ଯୁଦ୍ଧ ଜଟିଳ ହେବାରେ ଲାଗିଛି। ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କରିବାପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଥିବା ଇସ୍ରାଏଲ ସେନା ଲଗାତାର ଦ୍ବିତୀୟ ଦିନରେ ଉତ୍ତର ଗାଜାରେ ପ୍ରବେଶ କରି ହମାସ ଆଡ଼ା ସ୍ଥଳ ଉପରେ ଟାର୍ଗେଟ୍ ଆକ୍ରମଣ କରିଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଏନେଇ ଏକ ଭିଡିଓ ମଧ୍ୟ ଜାରି ହୋଇଛି। ଇତି ମଧ୍ୟରେ ଆମେରିକା ପୂର୍ବ ସିରିୟାରେ ବିମାନ ଆକ୍ରମଣ […]

Samaya Live Picture
Published On

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧକୁ ୨୦ ଦିନ ବିତିଯାଇଛି। ପ୍ରତିଦିନ ଯୁଦ୍ଧ ଜଟିଳ ହେବାରେ ଲାଗିଛି। ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କରିବାପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଥିବା ଇସ୍ରାଏଲ ସେନା ଲଗାତାର ଦ୍ବିତୀୟ ଦିନରେ ଉତ୍ତର ଗାଜାରେ ପ୍ରବେଶ କରି ହମାସ ଆଡ଼ା ସ୍ଥଳ ଉପରେ ଟାର୍ଗେଟ୍ ଆକ୍ରମଣ କରିଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଏନେଇ ଏକ ଭିଡିଓ ମଧ୍ୟ ଜାରି ହୋଇଛି। ଇତି ମଧ୍ୟରେ ଆମେରିକା ପୂର୍ବ ସିରିୟାରେ ବିମାନ ଆକ୍ରମଣ କରିଛି। ସିରିୟାରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀର ବିଭିନ୍ନ ଆଡ଼ା ସ୍ଥଳ ଉପରେ ଆମେରିକା ଯୁଦ୍ଧଜାହାଜ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ କ୍ରମେ ଏହି ଆକ୍ରମଣ ହୋଇଛି ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଇରାନ୍ ସମର୍ଥିତ ଏକ ଆତଙ୍କବାଦୀ ଗୋଷ୍ଠୀ ଗୁରୁବାର ଦିନ ଉତ୍ତର ଇରାକ୍ରେ ଆମେରିକାର ଏକ ସେନା ଘାଟି ଉପରେ ୨ଥର ସୁଇସାଇଡ୍ ଡ୍ରୋନ୍ ଆକ୍ରମଣ କରିବା ଦ୍ବାରା ଆମେରିକା ଏହାର ଜବାବ ଦେଇ ସିରିୟାରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀର ଆଡ଼ା ଉପରେ ଆକ୍ରମଣ କରିଛି। ଇରବିଲ ସହରର ବିମାନବନ୍ଦର ନିକଟରେ ଆମେରିକାର ଏକ ସେନା ଘାଟି ଉପରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ ରେସିଷ୍ଟାନ୍ସ ଆକ୍ରମଣ କରିଛି ବୋଲି ଦାବି କରିବାପରେ ଆମେରିକା ଏହି ବିମାନ ଆକ୍ରମଣ କରିଛି।

Tags: