ଉତ୍ତର କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ପୁଲିସ ହେଡ କନେଷ୍ଟବଳଙ୍କ ମୃତ୍ୟୁ

ଶ୍ରୀନଗର: କାଶ୍ମୀରରେ ଗତ ୩ ଦିନ ମଧ୍ୟରେ ଆତଙ୍କବାଦୀମାନେ ୩ ଥର ଟାର୍ଗେଟ୍ ଆକ୍ରମଣ କରିଛନ୍ତି। ଉତ୍ତର କାଶ୍ମୀରର ତଙ୍ଗମାର୍ଗରେ ଜମ୍ମୁ କାଶ୍ମୀର ପୁଲିସର ଜଣେ ହେଡ କନେଷ୍ଟବଳଙ୍କୁ ଆଜି ତାଙ୍କ ବାସଭବନ ନିକଟରେ କିଛି ବନ୍ଧୁକଧାରୀ ବ୍ୟକ୍ତି ଗୁଳି କରି ମାରିଦେଇଛନ୍ତି। ଉକ୍ତ ହେଡ କନେଷ୍ଟବଳଙ୍କ ନାଁ ଗୁଲମ୍ ମହମ୍ମଦ ଦାର। ଆତଙ୍କବାଦୀ ଆକ୍ରମଣରେ ସେ ଗୁରୁତର ଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। […]

Samaya Live Picture
Published On

ଶ୍ରୀନଗର: କାଶ୍ମୀରରେ ଗତ ୩ ଦିନ ମଧ୍ୟରେ ଆତଙ୍କବାଦୀମାନେ ୩ ଥର ଟାର୍ଗେଟ୍ ଆକ୍ରମଣ କରିଛନ୍ତି। ଉତ୍ତର କାଶ୍ମୀରର ତଙ୍ଗମାର୍ଗରେ ଜମ୍ମୁ କାଶ୍ମୀର ପୁଲିସର ଜଣେ ହେଡ କନେଷ୍ଟବଳଙ୍କୁ ଆଜି ତାଙ୍କ ବାସଭବନ ନିକଟରେ କିଛି ବନ୍ଧୁକଧାରୀ ବ୍ୟକ୍ତି ଗୁଳି କରି ମାରିଦେଇଛନ୍ତି। ଉକ୍ତ ହେଡ କନେଷ୍ଟବଳଙ୍କ ନାଁ ଗୁଲମ୍ ମହମ୍ମଦ ଦାର। ଆତଙ୍କବାଦୀ ଆକ୍ରମଣରେ ସେ ଗୁରୁତର ଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଦାର୍ ଜମ୍ମୁ କାଶ୍ମୀର ପୁଲିସ ପିସିଆର୍ ବିଭାଗରେ ନିଯୁକ୍ତି ପାଇଥିଲେ। ତେବେ ଗତ ୩ ଦିନ ମଧ୍ୟରେ କାଶ୍ମୀରରେ ଏହା ତୃତୀୟ ଆତଙ୍କବାଦୀ ଆକ୍ରମଣ। ଗତକାଲି ଉତ୍ତରପ୍ରଦେଶର ଜଣେ ପ୍ରବାସୀ ଶ୍ରମିକଙ୍କର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ରବିବାର ଦିନ ଶ୍ରୀନଗରରେ ଜଣେ ପୁଲିସ ଇନ୍ସପେକ୍ଟରଙ୍କ ଉପରକୁ ଖେଳ ପଡ଼ିଆରେ ଗୁଳିମାଡ଼ ହୋଇଥିଲା। ସେ ଆହତ ହୋଇଛନ୍ତି।

Tags: