ଉତ୍ତର ଏବଂ କେନ୍ଦ୍ରୀୟ ଗାଜାରେ ସ୍ଥଳ ଅଭିଯାନ ଜୋରଦାର କଲା ଇସ୍ରାଏଲ

ନୂଆଦିଲ୍ଲୀ: ଉତ୍ତର ଏବଂ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲୀ ସେନା ସ୍ଥଳ ଅଭିଯାନ ଜୋରଦାର କରିଛି। ଗାଜାର ପ୍ରମୁଖ ରାସ୍ତାରେ ଇସ୍ରାଏଲୀ ଟ୍ୟାଙ୍କ୍ରୁ ଗୁଳିଗୋଳା ମାଡ଼ ହେଉଛି। ଇସ୍ରାଏଲୀ ଟ୍ୟାଙ୍କ୍ ଏବଂ ବୁଲଡୋଜର ଗାଜାର ମୁଖ୍ୟ ଉତ୍ତର-ଦକ୍ଷିଣ ରାଜପଥ ଅବରୋଧ କରିଛି। ହମାସ ବିରୋଧରେ ଦ୍ବିତୀୟ ପର୍ଯ୍ୟାୟ ଯୁଦ୍ଧ ଆରମ୍ଭ ହୋଇଛି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଘୋଷଣା କରିବାପରେ ଇସ୍ରାଏଲ ସେନା ଏହାର ଆକ୍ରମଣକୁ ଅଧିକ ବିସ୍ତାର କରିଛି। ଉଭୟ ପକ୍ଷର ମୃତ୍ୟୁ ସଂଖ୍ୟା ବଢ଼ିବାରେ […]

Samaya Live Picture
Published On

ନୂଆଦିଲ୍ଲୀ: ଉତ୍ତର ଏବଂ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲୀ ସେନା ସ୍ଥଳ ଅଭିଯାନ ଜୋରଦାର କରିଛି। ଗାଜାର ପ୍ରମୁଖ ରାସ୍ତାରେ ଇସ୍ରାଏଲୀ ଟ୍ୟାଙ୍କ୍ରୁ ଗୁଳିଗୋଳା ମାଡ଼ ହେଉଛି। ଇସ୍ରାଏଲୀ ଟ୍ୟାଙ୍କ୍ ଏବଂ ବୁଲଡୋଜର ଗାଜାର ମୁଖ୍ୟ ଉତ୍ତର-ଦକ୍ଷିଣ ରାଜପଥ ଅବରୋଧ କରିଛି। ହମାସ ବିରୋଧରେ ଦ୍ବିତୀୟ ପର୍ଯ୍ୟାୟ ଯୁଦ୍ଧ ଆରମ୍ଭ ହୋଇଛି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଘୋଷଣା କରିବାପରେ ଇସ୍ରାଏଲ ସେନା ଏହାର ଆକ୍ରମଣକୁ ଅଧିକ ବିସ୍ତାର କରିଛି। ଉଭୟ ପକ୍ଷର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗାଜାରେ ମୃତ୍ୟୁ ସଂଖ୍ୟା ୮ ହଜାର ଟପିଥିବାବେଳେ ଇସ୍ରାଏଲରେ ମୃତ୍ୟୁସଂଖ୍ୟା ୧୪୦୦ରୁ ଅଧିକ ରହିଛି। ୨୪ ଘଣ୍ଟାରେ ଇସ୍ରାଏଲ ସେନା ୬୦୦ ହମାସ ଟାର୍ଗେଟ୍ ଉପରେ ଆକ୍ରମଣ କରିଥିବା କହିଛି। ଗତକାଲି ରାତିରେ ହମାସ ଆଡ଼ାସ୍ଥଳ ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅନ୍ୟପକ୍ଷେ ହମାସ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ମଧ୍ୟ ଇସ୍ରାଏଲକୁ ଟାର୍ଗେଟ୍ କରି ରକେଟ୍ ମାଡ଼ ଜାରି ରହିଥିବା ଜଣାପଡ଼ିଛି। ଇସ୍ରାଏଲୀ ସେନା ଦ୍ବାରା ଗାଜାରେ ସ୍ଥଳ ଅଭିଯାନର କିଛି ଫଟୋ ଜାରି ହୋଇଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ ଇସ୍ରାଏଲୀ ସେନା ମୁତୟନ ହୋଇଛନ୍ତି ସେନେଇ ଇସ୍ରାଏଲ ସେନା କୌଣସି ସ୍ପଷ୍ଟୀକରଣ ଦେଇନାହିଁ। ଅନ୍ୟପକ୍ଷେ ଇସ୍ରାଏଲ ଲେବାନନ୍ରେ ହେଜବୋଲ୍ଲା ଆଡ଼ାସ୍ଥଳ ଏବଂ ସିରିୟାରେ ଘନ ଘନ ବିସ୍ଫୋରଣ କରିଛି। ହେଜବୋଲ୍ଲା ମଧ୍ୟ ଲେବାନନ୍ ସୀମା ନିକଟରେ ଇସ୍ରାଏଲର ଏକ ଡ୍ରୋନ୍କୁ କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦେଇଥିବା ଦାବି କରିଛି

Tags: