ଉତ୍ତରାଖଣ୍ଡ ପାଇଁ ମୋଦୀଙ୍କ ୧୨୦୦ କୋଟିର ରିଲିଫ୍ ସହାୟତା ଘୋଷଣା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପର୍ଯ୍ୟୟ-ପ୍ରଭାବିତ ପଞ୍ଜାବ ଓ ହିମାଚଳ ପ୍ରଦେଶ ପରେ ଉତ୍ତରାଖଣ୍ଡ ପାଇଁ ରିଲିଫ ସହାୟତା ଘୋଷଣା କରିଛନ୍ତି। ଗୁରୁବାର ଡେରାଡୁନ୍ ଯାଇ ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହିତ ଲୋକଙ୍କୁ ଭେଟିଥିଲେ। ବାଦଲଫଟା ବର୍ଷା, ଭୂସ୍ଖଳନ ଓ ବନ୍ୟା ଯୋଗୁଁ ରାଜ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପ୍ରଧାନମନ୍ତ୍ରୀ ଏକ ବୈଠକରେ ବିପର୍ଯ୍ୟୟ ସ୍ଥିତି ସମୀକ୍ଷା କରିବା ସହିତ କ୍ଷୟକ୍ଷତି ଆକଳନ କରିଥିଲେ। ସେ ରାଜ୍ୟ ପାଇଁ ୧୨୦୦ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପର୍ଯ୍ୟୟ-ପ୍ରଭାବିତ ପଞ୍ଜାବ ଓ ହିମାଚଳ ପ୍ରଦେଶ ପରେ ଉତ୍ତରାଖଣ୍ଡ ପାଇଁ ରିଲିଫ ସହାୟତା ଘୋଷଣା କରିଛନ୍ତି। ଗୁରୁବାର ଡେରାଡୁନ୍ ଯାଇ ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହିତ ଲୋକଙ୍କୁ ଭେଟିଥିଲେ। ବାଦଲଫଟା ବର୍ଷା, ଭୂସ୍ଖଳନ ଓ ବନ୍ୟା ଯୋଗୁଁ ରାଜ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପ୍ରଧାନମନ୍ତ୍ରୀ ଏକ ବୈଠକରେ ବିପର୍ଯ୍ୟୟ ସ୍ଥିତି ସମୀକ୍ଷା କରିବା ସହିତ କ୍ଷୟକ୍ଷତି ଆକଳନ କରିଥିଲେ। ସେ ରାଜ୍ୟ ପାଇଁ ୧୨୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ। ରାଜ୍ୟର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ହେଲେ ବହୁମୁଖୀ ପଦ୍ଧତି ଗ୍ରହଣ କରିବାର ଆବଶ୍ୟକତା ଥିବା କହିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି, ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି ସହାୟତାରେ ସ୍କୁଲ୍ ଓ ଜାତୀୟ ରାଜପଥ ପୁନଃନିର୍ମାଣ, ପଶୁପାଳନ ପାଇଁ ମିନି କିଟ୍ ପ୍ରଦାନ କରାଯିବାକୁ ଗୁରୁତ୍ବ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ର ସରକାରଙ୍କ ଆନ୍ତଃମନ୍ତ୍ରିସ୍ତରୀୟ ଟିମ୍ ପଠାଯାଇଛି। ଏହାର ରିପୋର୍ଟ ଆସିବା ପରେ ଅଧିକ ସହାୟତା ପ୍ରଦାନ କରାଯାଇପାରେ। ପ୍ରାକୃତିକ ବିପର୍ଯ୍ୟୟରେ ଜୀବନ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ ଭେଟି ସେ ସମବେଦନା ଜଣାଇଥିଲେ। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଓ ଗୁରୁତର ଆହତଙ୍କ ପାଇଁ ୫୦,୦୦୦ ଟଙ୍କାର ସହାୟତା ଘୋଷଣା କରିଥିଲେ।




