ଉତ୍ତରାଖଣ୍ଡ ପାଇଁ ‘ଅତ୍ୟଧିକ ପ୍ରବଳ ବର୍ଷା’ ସତର୍କ ସୂଚନା ଜାରି କଲା ଆଇଏମ୍‌ଡି

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ୭ ଦିନ ମଧ୍ୟରେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ସୋମବାର, ମଙ୍ଗଳବାର ଓ ବୁଧବାର ଉତ୍ତରାଖଣ୍ଡରେ ଅତି ପ୍ରବଳ ବର୍ଷା ହେବ। ଅଗଷ୍ଟ ୧୧ରୁ ୧୪ ମଧ୍ୟରେ ଉପ-ହିମାଳୟୀୟ ପଶ୍ଚିମବଙ୍ଗ ଏବଂ ସିକ୍କିମ, ଅରୁଣାଚଳ ପ୍ରଦେଶ, ଆସାମ ଓ ମେଘାଳୟ ପାଇଁ ପାଣିପାଗ ବିଭାଗ ସମାନ ପୂର୍ବାନୁମାନ କରିଛି। ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ସଂଲଗ୍ନ […]

ଉତ୍ତରାଖଣ୍ଡ ପାଇଁ ‘ଅତ୍ୟଧିକ ପ୍ରବଳ ବର୍ଷା’ ସତର୍କ ସୂଚନା ଜାରି କଲା ଆଇଏମ୍‌ଡି
Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ୭ ଦିନ ମଧ୍ୟରେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ସୋମବାର, ମଙ୍ଗଳବାର ଓ ବୁଧବାର ଉତ୍ତରାଖଣ୍ଡରେ ଅତି ପ୍ରବଳ ବର୍ଷା ହେବ। ଅଗଷ୍ଟ ୧୧ରୁ ୧୪ ମଧ୍ୟରେ ଉପ-ହିମାଳୟୀୟ ପଶ୍ଚିମବଙ୍ଗ ଏବଂ ସିକ୍କିମ, ଅରୁଣାଚଳ ପ୍ରଦେଶ, ଆସାମ ଓ ମେଘାଳୟ ପାଇଁ ପାଣିପାଗ ବିଭାଗ ସମାନ ପୂର୍ବାନୁମାନ କରିଛି। ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ସଂଲଗ୍ନ ତେଲେଙ୍ଗାନାରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ନିମ୍ନ ଓ ମଧ୍ୟମ ସ୍ତରରେ ରହିଛି, ଯାହା ଦକ୍ଷିଣ ଦିଗକୁ ଗତି କରୁଛି। ଉତ୍ତର-ପଶ୍ଚିମ ଉତ୍ତରପ୍ରଦେଶରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ନିମ୍ନ ସ୍ତରରେ ରହିଛି। କଚ୍ଛ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ମଧ୍ୟ ନିମ୍ନ ସ୍ତରରେ ରହିଛି। ଏହାବ୍ୟତୀତ ଉତ୍ତର-ପୂର୍ବ ଆସାମରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ନିମ୍ନ ସ୍ତରରେ ରହିଛି ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗ କହିଛି ଯେ ଉତ୍ତର ପାକିସ୍ତାନ ଓ ସଂଲଗ୍ନ ଜମ୍ମୁ-କାଶ୍ମୀରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଅଗଷ୍ଟ ୧୩ ବେଳକୁ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ସୋମବାର, ମଙ୍ଗଳବାର ଓ ବୁଧବାର ଉତ୍ତରାଖଣ୍ଡର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅଗଷ୍ଟ ୧୩ରୁ ୧୫ ମଧ୍ୟରେ ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Tags: