ଉତ୍ତରାଖଣ୍ଡ ଟନେଲ ଭୁଶୁଡ଼ିବା ଘଟଣା, ନବମ ଦିନରେ ଉଦ୍ଧାର ଅପରେସନ୍
ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଉତ୍ତରକାଶୀର ନିର୍ମାଣାଧୀନ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଉଦ୍ଧାରକାରୀ ଦଳ ପ୍ରତ୍ୟେକ ଦିନ ସମୟ ବିପକ୍ଷରେ ଦୌଡ଼ୁଛନ୍ତି। ଉଦ୍ଧାର ଅପରେସନ୍କୁ ଆଜି ନବମ ଦିନ। ଇତି ମଧ୍ୟରେ ଅନ୍ତର୍ଜାତୀୟ ସୁଡ଼ଙ୍ଗ ନିର୍ମାଣ ବିଶେଷଜ୍ଞ ଦଳ ଆସି ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି। ଇଣ୍ଟରନେସନାଲ ଟନେଲିଂ ଆଣ୍ଡ ଅଣ୍ଡରଗ୍ରାଉଣ୍ଡ୍ ସ୍ପେସ୍ ଆସୋସିଏସନ୍ ଅଧ୍ୟକ୍ଷ ଆର୍ନଲ୍ଡ ଡିକ୍ସଙ୍କ ସମେତ ଅନ୍ୟ ବିଶେଷଜ୍ଞମାନେ ଘଟଣାସ୍ଥଳରେ ଉଦ୍ଧାର ଅପରେସନ୍ର ତଦାରଖ କରୁଛନ୍ତି। ଡିକ୍ସ କହିଛନ୍ତି, ସମସ୍ତଙ୍କୁ ସୁରକ୍ଷିତ […]
ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଉତ୍ତରକାଶୀର ନିର୍ମାଣାଧୀନ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଉଦ୍ଧାରକାରୀ ଦଳ ପ୍ରତ୍ୟେକ ଦିନ ସମୟ ବିପକ୍ଷରେ ଦୌଡ଼ୁଛନ୍ତି। ଉଦ୍ଧାର ଅପରେସନ୍କୁ ଆଜି ନବମ ଦିନ। ଇତି ମଧ୍ୟରେ ଅନ୍ତର୍ଜାତୀୟ ସୁଡ଼ଙ୍ଗ ନିର୍ମାଣ ବିଶେଷଜ୍ଞ ଦଳ ଆସି ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି। ଇଣ୍ଟରନେସନାଲ ଟନେଲିଂ ଆଣ୍ଡ ଅଣ୍ଡରଗ୍ରାଉଣ୍ଡ୍ ସ୍ପେସ୍ ଆସୋସିଏସନ୍ ଅଧ୍ୟକ୍ଷ ଆର୍ନଲ୍ଡ ଡିକ୍ସଙ୍କ ସମେତ ଅନ୍ୟ ବିଶେଷଜ୍ଞମାନେ ଘଟଣାସ୍ଥଳରେ ଉଦ୍ଧାର ଅପରେସନ୍ର ତଦାରଖ କରୁଛନ୍ତି। ଡିକ୍ସ କହିଛନ୍ତି, ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ। ସମଗ୍ର ବିଶ୍ବ ସହଯୋଗ କରୁଛି। ଏଠାରେ ଥିବା ଟିମ୍ ଅତ୍ୟନ୍ତ ଚମତ୍କାର। ସମସ୍ତ ଯୋଜନା ବି ଚମତ୍କାର। ସବୁ କାମ ସଠିକ୍ ଭାବେ ଚାଲିଛି। ଟନେଲରେ ଫସିଥିବା ଶ୍ରମିକମାନଙ୍କୁ ସଠିକ୍ ଭାବେ ଖାଦ୍ୟ ଏବଂ ମେଡିସିନ୍ ଦିଆଯାଉଛି। ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ ସମସ୍ତଙ୍କୁ ଉଦ୍ଧାର କରାଯିବ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।




