ଉତ୍ତରାଖଣ୍ଡରେ ୫ ତୀର୍ଯାଥତ୍ରୀଙ୍କ ମୃତ୍ୟୁ
ଡେରାଡୁନ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଅଧୀନସ୍ଥ ଗୁପ୍ତକାଶୀ-ଗୌରୀକୁଣ୍ଡ ହାଇୱେରେ ଭୂସ୍ଖଳନ ହୋଇ ୫ କେଦାରନାଥ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ଭୂସ୍ଖଳନ ଯୋଗୁଁ ଏକ ବଡ଼ ପଥର ଖଣ୍ଡ ସେମାନଙ୍କ କାର୍ ଉପରେ ଖସି ପଡ଼ିବା ଫଳରେ କାର୍ରେ ଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଗୁଜରାଟର ଏବଂ ଅନ୍ୟ ୨ ଜଣ ହରିଦ୍ବାରର। ଗୁରୁବାର ରାତିରେ ଏହି ଘଟଣା ଘଟିଛି। ଖବର ପାଇ ସଙ୍ଗେସଙ୍ଗେ ଏସ୍ଡିଆରଏଫ୍ ଦଳ ଘଟଣାସ୍ଥଳରେ ପହଞ୍ଚି […]
ଡେରାଡୁନ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଅଧୀନସ୍ଥ ଗୁପ୍ତକାଶୀ-ଗୌରୀକୁଣ୍ଡ ହାଇୱେରେ ଭୂସ୍ଖଳନ ହୋଇ ୫ କେଦାରନାଥ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ଭୂସ୍ଖଳନ ଯୋଗୁଁ ଏକ ବଡ଼ ପଥର ଖଣ୍ଡ ସେମାନଙ୍କ କାର୍ ଉପରେ ଖସି ପଡ଼ିବା ଫଳରେ କାର୍ରେ ଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଗୁଜରାଟର ଏବଂ ଅନ୍ୟ ୨ ଜଣ ହରିଦ୍ବାରର। ଗୁରୁବାର ରାତିରେ ଏହି ଘଟଣା ଘଟିଛି। ଖବର ପାଇ ସଙ୍ଗେସଙ୍ଗେ ଏସ୍ଡିଆରଏଫ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ପ୍ରବଳ ବର୍ଷା ପାଇଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲାର। ପରିଶେଷରେ ପଥର ଖଣ୍ଡ ପଡ଼ି ଭାଙ୍ଗି ଯାଇଥିବା କାର୍ରୁ ୫ ଜଣଙ୍କ ମୃତଦେହ ମିଳିଥିଲା। ମୃତକଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ଗୁଜରାଟର ଜିଗର ଆର୍ ମୋଦୀ, ମହେଶ ଦେସାଇ , ପରିକ ଦିବ୍ୟାଂଶ ଏବଂ ହରିଦ୍ବାରର ମିଣ୍ଟୁ କୁମାର ଓ ମନୀଷ କୁମାର।




