ଉତ୍ତରାଖଣ୍ଡରେ ଖାଇକୁ ଗାଡ଼ି ଖସି ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଆଜି ଏକ ଗଭୀର ଖାଇକୁ ଏକ ଟେମ୍ପୋ ଟ୍ରାଭେଲର ଖସି ପଡ଼ିବା ଫଳରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ମିଳିଥିବା ସୂଚନାନୂଯାୟୀ ଅଳକାନନ୍ଦ ନଦୀ ନିକଟସ୍ଥ ଋଷିକେଶ-ବଦ୍ରିନାଥ ରାଜପଥ ଉପରେ ଆଜି ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ସମୟରେ ଗାଡ଼ିରେ ମୋଟ୍ ୨୩ ଜଣ ଯାତ୍ରୀ ଥିଲେ। ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ […]
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଆଜି ଏକ ଗଭୀର ଖାଇକୁ ଏକ ଟେମ୍ପୋ ଟ୍ରାଭେଲର ଖସି ପଡ଼ିବା ଫଳରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ମିଳିଥିବା ସୂଚନାନୂଯାୟୀ ଅଳକାନନ୍ଦ ନଦୀ ନିକଟସ୍ଥ ଋଷିକେଶ-ବଦ୍ରିନାଥ ରାଜପଥ ଉପରେ ଆଜି ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ସମୟରେ ଗାଡ଼ିରେ ମୋଟ୍ ୨୩ ଜଣ ଯାତ୍ରୀ ଥିଲେ। ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ଉକ୍ତ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ପ୍ରଶାସନ ଏବଂ ଏସଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି।ମିଳିଥିବା ସୂଚନାନୁଯାୟୀ ଯାତ୍ରୀମାନେ ଦିଲ୍ଲୀରୁ ଚୋପ୍ତା ତୁଙ୍ଗନାଥ ଯାଉଥିବାବେଳେ ବାଟରେ ଦୁର୍ଘଟଣା ହୋଇଛି।




