ଉତ୍ତରାଖଣ୍ଡରେ ଉଦ୍ଧାର ଅପରେସନ୍ ଜାରି, ୨୨ ମିଟର ଖୋଳାଗଲାଣି

ଡେରାଡୁନ : ଉତ୍ତରାଖଣ୍ଡରେ ଟନେଲ ଭୁଶୁଡ଼ିବା ଘଟଣାରେ ଉଦ୍ଧାର ଅପରେସନ୍ ଜାରି ରହିଛି। ସମୟ ବଢ଼ିଚାଲିଛି କିନ୍ତୁ ଉଦ୍ଧାର ଅପରେସନ୍ ପାଇଁ ଯେତେ ଭିନ୍ନ କୌଶଳ ଆପଣାଇଲେ ବି ବାରମ୍ବାର ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ଫଳରେ ଫସି ରହିଥିବା ଶ୍ରମିକମାନେ ଶାରୀରିକ ଏବଂ ମାନସିକ ସ୍ତରରେ ସେତିକି ଦୁର୍ବଳ ହେବାରେ ଲାଗିଛନ୍ତି। ଶକ୍ତିଶାଳୀ ମେସିନ ଜରିଆରେ ଉଦ୍ଧାରକାରୀ ଦଳ ସେଠାରେ ରାତିଦିନ କାର୍ଯ୍ୟ ଚଳାଇଛନ୍ତି। ଶୁକ୍ରବାର ସୁଦ୍ଧା ଧସି ପଡ଼ିଥିବା ଟନେଲ୍ର ୨୨ ମିଟର ପର୍ଯ୍ୟନ୍ତ […]

Samaya Live Picture
Published On

ଡେରାଡୁନ : ଉତ୍ତରାଖଣ୍ଡରେ ଟନେଲ ଭୁଶୁଡ଼ିବା ଘଟଣାରେ ଉଦ୍ଧାର ଅପରେସନ୍ ଜାରି ରହିଛି। ସମୟ ବଢ଼ିଚାଲିଛି କିନ୍ତୁ ଉଦ୍ଧାର ଅପରେସନ୍ ପାଇଁ ଯେତେ ଭିନ୍ନ କୌଶଳ ଆପଣାଇଲେ ବି ବାରମ୍ବାର ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ଫଳରେ ଫସି ରହିଥିବା ଶ୍ରମିକମାନେ ଶାରୀରିକ ଏବଂ ମାନସିକ ସ୍ତରରେ ସେତିକି ଦୁର୍ବଳ ହେବାରେ ଲାଗିଛନ୍ତି। ଶକ୍ତିଶାଳୀ ମେସିନ ଜରିଆରେ ଉଦ୍ଧାରକାରୀ ଦଳ ସେଠାରେ ରାତିଦିନ କାର୍ଯ୍ୟ ଚଳାଇଛନ୍ତି। ଶୁକ୍ରବାର ସୁଦ୍ଧା ଧସି ପଡ଼ିଥିବା ଟନେଲ୍ର ୨୨ ମିଟର ପର୍ଯ୍ୟନ୍ତ ଖୋଳାଯାଇଛି। ଉଦ୍ଧାରକାରୀ ଦଳଙ୍କୁ ୬୦ ମିଟର ପାଖାପାଖି ଡ୍ରିଲ କରିବାକୁ ହେବ। ସେଥିରେ ୯୦୦ ମିମିର ହ୍ୟୁମ ପାଇପ୍ ଭର୍ତ୍ତି କରାଯିବ। ଶ୍ରମିକମାନେ ଫସି ରହିଥିବା ସ୍ଥାନ ପର୍ଯ୍ୟନ୍ତ ଏକ ନିରାପଦ ରାସ୍ତା ସୃଷ୍ଟି ପାଇଁ ଏହି କାର୍ଯ୍ୟ ଚାଲିଛି। ସେମାନଙ୍କୁ ଉକ୍ତ ପାଇପ୍ ବାଟେ ବାହାରକୁ ଅଣାଯିବ ବୋଲି ଏନ୍ଏଚ୍ଆଇଡିସିଏଲ୍ର ନିର୍ଦ୍ଦେଶକ ଅଂଶୁ ମନିଷ ଖାଲଖୋ କହିଛନ୍ତି। ତେବେ ଫସି ରହିଥିବା ଶ୍ରମିକମାନଙ୍କୁ ପାଇପ ଯୋଗେ ଖାଦ୍ୟ ଯୋଗାଇ ଦିଅଯାଉଛି। ସେମାନେ ସୁସ୍ଥ ଅଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ଗତ ବୁଧବାର ଦିଲ୍ଲୀରୁ ଏକ ଆମେରିକୀୟ ଅଗର ମେସିନ ଏଠାକୁ ଅଣାଯାଇଛି। କାରଣ ପୂର୍ବରୁ ଏହି କାର୍ଯ୍ୟରେ ଲାଗିଥିବା ଅଗର ମେସିନ୍ ଭଗ୍ନାବଶେଷ ଭିତରେ ମାତ୍ର ୪୫ ମିଟର ପର୍ଯ୍ୟନ୍ତ ଯିବାର ସାମର୍ଥ୍ୟ ରଖିଥିଲା। ଟନେଲ ପ୍ରାୟ ୭୦ ମିଟର ପର୍ଯ୍ୟନ୍ତ ଭୁଶୁଡ଼ି ପଡ଼ିଥିବାରୁ ବଡ଼ ମେସିନର ଆବଶ୍ୟକତା ପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ୨୨ ମିଟର ପର୍ଯ୍ୟନ୍ତ ଖୋଳାଗଲାଣି ଏବଂ ୫ମ ପାଇପ୍ ଭିତରକୁ ଦିଆଯାଉଛି ବୋଲି ଏନ୍ଏଚ୍ଆଇଡିସିଏଲ୍ ପକ୍ଷରୁ କୁହାଯାଇଛି।

Tags: