ଉତ୍ତରପ୍ରଦେଶ ସରକାରୀ ସ୍କୁଲରେ ୩୮ ଛାତ୍ରୀ କରୋନା ସଂକ୍ରମିତ
ବରେଲି, ୨୮/୩ : ଉତ୍ତରପ୍ରଦେଶର ଲଖିମପୁର ଖେରୀ ଜିଲ୍ଲାରେ ଏକ ସରକାରୀ ବାଳିକା ବିଦ୍ୟାଳୟରେ ୩୮ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ସମସ୍ତଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଅନୁଷ୍ଠାନର ୱାର୍ଡେନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତ ସଂକ୍ରମିତ ଛାତ୍ରୀଙ୍କୁ ସ୍କୁଲ୍ ପରିସରରେ କ୍ବାରାଣ୍ଟିନ୍ରେ ରଖାଯାଇଛି। ସ୍ବାସ୍ଥ୍ୟ ଅଧିକାରୀମାନେ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି। ସଂକ୍ରମିତ ଛାତ୍ରୀଙ୍କୁ ଉତ୍ତମ ଚିକିତ୍ସା ଦେବାପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଜିଲ୍ଲାପାଳ ମହେନ୍ଦ୍ର ବାହାଦୁର […]
ବରେଲି, ୨୮/୩ : ଉତ୍ତରପ୍ରଦେଶର ଲଖିମପୁର ଖେରୀ ଜିଲ୍ଲାରେ ଏକ ସରକାରୀ ବାଳିକା ବିଦ୍ୟାଳୟରେ ୩୮ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ସମସ୍ତଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଅନୁଷ୍ଠାନର ୱାର୍ଡେନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତ ସଂକ୍ରମିତ ଛାତ୍ରୀଙ୍କୁ ସ୍କୁଲ୍ ପରିସରରେ କ୍ବାରାଣ୍ଟିନ୍ରେ ରଖାଯାଇଛି। ସ୍ବାସ୍ଥ୍ୟ ଅଧିକାରୀମାନେ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି। ସଂକ୍ରମିତ ଛାତ୍ରୀଙ୍କୁ ଉତ୍ତମ ଚିକିତ୍ସା ଦେବାପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଜିଲ୍ଲାପାଳ ମହେନ୍ଦ୍ର ବାହାଦୁର ସିଂହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲଖିମପୁର ଖେରୀ ସିଏମ୍ଓ ସନ୍ତୋଷ ଗୁପ୍ତା କହିଛନ୍ତି, ସମସ୍ତ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। କୌଣସି ପ୍ରକାର ଜରୁରୀ ସ୍ଥିତିର ମୁକାବିଲା ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ଲଖିମପୁରରେ ଏବେ ସକ୍ରିୟ ମାମଲା ୪୧ ରହିଛି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ କରୋନା ଏବଂ ଇନଫ୍ଲୁଏଞ୍ଜା ସ୍ଥିତି ସମୀକ୍ଷା ପାଇଁ ସୋମବାର ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ।




