ଉତ୍ତରପ୍ରଦେଶ ମହିଳାଙ୍କ ଆତ୍ମହତ୍ୟା ପରେ ତାଙ୍କ ପରିବାର ସଦସ୍ୟ ଶାଶୂ ଘର ଲୋକଙ୍କୁ ନିଆଁ ଲଗାଇ ମାରିଦେଲେ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଜଣେ ମହିଳା ଆତ୍ମହତ୍ୟା କରିଦେବାପରେ ତାଙ୍କ ବାପ ଘର ଲୋକ ତାଙ୍କ ଶାଶୁ ଘରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ମହିଳାଙ୍କ ଶାଶୂ, ଶଶୂରଙ୍କ ମୃତ୍ୟୁ ହୋଇଯାଇଛି। ମହିଳାଙ୍କ ସ୍ବାମୀଙ୍କ ସମେତ ଅନ୍ୟ ୩ ଜଣ ମଧ୍ୟ ଆହତ ହୋଇଛନ୍ତି। ଶାଶୂ ଘର ଲୋକଙ୍କ ସହ ଝଗଡ଼ା ହେବାପରେ ମହିଳା ଆତ୍ମହତ୍ୟା କରିଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାରିଥିଲେ ମଧ୍ୟ ମହିଳାଙ୍କ ବାପ ଘର ଲୋକ ଆସି ତାଙ୍କ ଶାଶୂ […]
ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଜଣେ ମହିଳା ଆତ୍ମହତ୍ୟା କରିଦେବାପରେ ତାଙ୍କ ବାପ ଘର ଲୋକ ତାଙ୍କ ଶାଶୁ ଘରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ମହିଳାଙ୍କ ଶାଶୂ, ଶଶୂରଙ୍କ ମୃତ୍ୟୁ ହୋଇଯାଇଛି। ମହିଳାଙ୍କ ସ୍ବାମୀଙ୍କ ସମେତ ଅନ୍ୟ ୩ ଜଣ ମଧ୍ୟ ଆହତ ହୋଇଛନ୍ତି। ଶାଶୂ ଘର ଲୋକଙ୍କ ସହ ଝଗଡ଼ା ହେବାପରେ ମହିଳା ଆତ୍ମହତ୍ୟା କରିଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାରିଥିଲେ ମଧ୍ୟ ମହିଳାଙ୍କ ବାପ ଘର ଲୋକ ଆସି ତାଙ୍କ ଶାଶୂ ଘରେ ନିଆଁ ଲଗାଇ ଦେଲେ। ପୁଲିସ ଅନୁଯାୟୀ ୨୭ ବର୍ଷୀୟା ମହିଳା ମୁଠିଗଞ୍ଜ ଥାନା ଅଧୀନସ୍ଥ ତାଙ୍କ ଶାଶୂ ଘରେ ମଙ୍ଗଳବାର ରାତିରେ ଆତ୍ମହତ୍ୟା କରିଦେଇଥିଲେ। ଖବର ପାଇ ତାଙ୍କ ବାପା ମା’ ଏବଂ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ମହିଳାଙ୍କ ଶାଶୂଘର ଲୋକଙ୍କ ସହ ଝଗଡ଼ା କରିଥିଲେ। ସେମାନଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଝଗଡ଼ା ସମୟରେ ମହିଳାଙ୍କ ପରିବାର ସଦସ୍ୟ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ ମହିଳାଙ୍କ ଶାଶୂ , ଶଶୂରଙ୍କ ମୃତ୍ୟୁ ହୋଇ ଯାଇଥିଲା। ପୁଲିସ ଘରୁ ୫ ଜଣଙ୍କୁ ଉଦ୍ଧାର କରିଥିଲା। ପରେ ଅଗ୍ନି ନିର୍ବାପକ ଦଳ ଆସିୁ ନିଆଁକୁ ନିୟନ୍ତ୍ରଣ କରିନେଇଥିଲେ।




