ଉତ୍ତରପ୍ରଦେଶ, ବିହାରରେ ବର୍ଷା ଓ ବଜ୍ରପାତରେ ୪୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲ: ବିହାର ଏବଂ ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ୪୪ ଜଣଙ୍କ ମୃତ୍ୟୁ ହୋଇଛି। ବିହାରରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତ ଯୋଗୁଁ ବିହାରର ନାଳନ୍ଦା, ସିୱାନ, କତିହାର, ଦରଭଙ୍ଗା‌, ବେଗୁସରାଇ ଏବଂ ଜେହାନାବାଦ ଜିଲ୍ଲାରେ ଗୁରୁବାର ୫ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ନାଳନ୍ଦାରେ ୧୮ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ବେଳେ ସିୱାନରେ ୨ ଜଣଙ୍କର ଏବଂ କତିହାର, ଦରଭଙ୍ଗା, […]

ଉତ୍ତରପ୍ରଦେଶ, ବିହାରରେ ବର୍ଷା ଓ ବଜ୍ରପାତରେ ୪୪ ଜଣଙ୍କ ମୃତ୍ୟୁ
Samaya Live Picture
Published On

ନୂଆଦିଲ୍ଲ: ବିହାର ଏବଂ ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ୪୪ ଜଣଙ୍କ ମୃତ୍ୟୁ ହୋଇଛି। ବିହାରରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତ ଯୋଗୁଁ ବିହାରର ନାଳନ୍ଦା, ସିୱାନ, କତିହାର, ଦରଭଙ୍ଗା‌, ବେଗୁସରାଇ ଏବଂ ଜେହାନାବାଦ ଜିଲ୍ଲାରେ ଗୁରୁବାର ୫ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ନାଳନ୍ଦାରେ ୧୮ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ବେଳେ ସିୱାନରେ ୨ ଜଣଙ୍କର ଏବଂ କତିହାର, ଦରଭଙ୍ଗା, ବେଗୁସରାଇ, ଭାଗଲପୁର, ଜେହାନାବାଦରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ପାଣିପାଗ ବିଭାଗ ଦ୍ବାରା ଜାରି ହେଉଥିବା ସତର୍କତା ମାନିବାପାଇଁ ନୀତୀଶ ଲୋକଙ୍କୁ ଅନୁରୋଧ କରିଛନ୍ତି। ଆଇଏମ୍‌ଡି ବିହାରର ଅନେକ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରିଛି। ଦରଭଙ୍ଗା, ପୂର୍ବ ଚମ୍ପାରଣ, ଗୋପାଳଗଞ୍ଜ, ପଶ୍ଚିମ ଚମ୍ପାରନ, କିଶନଗଞ୍ଜ, ଆରା‌ରିଆ, ସୁପୌଲ, ଗୟା, ସୀତାମଢ଼ି, ସେଓହର, ନାଳନ୍ଦା , ନାୱଡ଼ା ଏବଂ ପାଟନାରେ ଶୁକ୍ରବାର ଏବଂ ଶନିବାର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଉତ୍ତରପ୍ରଦେଶ ସରକାର ମଧ୍ୟ ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

Tags: