ଉତ୍ତରପ୍ରଦେଶ ବିଜେପି ନେତାଙ୍କୁ ଘର ବାହାରେ ଗୁଳି କରି ହତ୍ୟା
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୋରାଦାବାଦରେ ଜଣେ ବିଜେପି ନେତାଙ୍କୁ ଗୁରୁବାର ସନ୍ଧ୍ୟାରେ ଗୁଳି କରି ହତ୍ୟା କରାଯାଇଛି। ବିଜେପିର ଜଣେ କିଷାନ ମୋର୍ଚ୍ଚା ନେତାଙ୍କୁ ତାଙ୍କ ଘର ବାହାରେ ହତ୍ୟା କରାଯାଇଛି। ସହରର ମଝୋଲା ଅଞ୍ଚଳରେ ଏହି ଘଟଣା ଘଟିଛି। ପୂରା ଘଟଣା କ୍ୟାମେରାରେ କଏଦ ହୋଇଛି। ବିଜେପି ନେତା ଅନୁଜ ଚୌଧୁରୀ ତାଙ୍କ ଭାଇଙ୍କ ସହ ଏକ ପାର୍କକୁ ଚାଲିବାକୁ ଯାଉଥିବାବେଳେ ୩ ଜଣ ବ୍ୟକ୍ତି ଏକ ବାଇକ୍ରେ ଆସି ସେମାନଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲେ। […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୋରାଦାବାଦରେ ଜଣେ ବିଜେପି ନେତାଙ୍କୁ ଗୁରୁବାର ସନ୍ଧ୍ୟାରେ ଗୁଳି କରି ହତ୍ୟା କରାଯାଇଛି। ବିଜେପିର ଜଣେ କିଷାନ ମୋର୍ଚ୍ଚା ନେତାଙ୍କୁ ତାଙ୍କ ଘର ବାହାରେ ହତ୍ୟା କରାଯାଇଛି। ସହରର ମଝୋଲା ଅଞ୍ଚଳରେ ଏହି ଘଟଣା ଘଟିଛି। ପୂରା ଘଟଣା କ୍ୟାମେରାରେ କଏଦ ହୋଇଛି। ବିଜେପି ନେତା ଅନୁଜ ଚୌଧୁରୀ ତାଙ୍କ ଭାଇଙ୍କ ସହ ଏକ ପାର୍କକୁ ଚାଲିବାକୁ ଯାଉଥିବାବେଳେ ୩ ଜଣ ବ୍ୟକ୍ତି ଏକ ବାଇକ୍ରେ ଆସି ସେମାନଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ଚୌଧୁରୀଙ୍କ ଉପରକୁ ଅନେକ ରାଉଣ୍ଡ୍ ଗୁଳି ଚଳାଇ ଖସି ପଳାଇଥିଲେ। ଚୌଧୁରୀଙ୍କୁ ଏହାପରେ ବ୍ରାଇଟ୍ଷ୍ଟାର ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ଅଧବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି ମାମଲାରେ ୪ ସନ୍ଦିଗ୍ଧଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଅନୁଜ ଚୌଧୁରୀଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ ରାଜନୈତିକ ଶତ୍ରୁତା ପାଇଁ ତାଙ୍କୁ ହତ୍ୟା କରାଯାଇଛି।




