ଉତ୍ତରପ୍ରଦେଶ ପ୍ରବାସୀ ଶ୍ରମିକଙ୍କର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ
ଶ୍ରୀନଗର: ଉତ୍ତରପ୍ରଦେଶର ଜଣେ ପ୍ରବାସୀ ଶ୍ରମିକଙ୍କର ଜମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଯାଇଛି। ପୁଲୱାମାର ତୁମଚି ନାଉପଡ଼ା ଅଞ୍ଚଳରେ ଆଜି ଆତଙ୍କବାଦୀମାନେ ଉତ୍ତରପ୍ରଦେଶ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଉକ୍ତ ପ୍ରବାସୀ ଶ୍ରମିକଙ୍କ ନାଁ ମୁକେଶ ସିଂହ। ଉକ୍ତ ଘଟଣା ପରେ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ରଖାଯାଇଛି ବୋଲି କାଶ୍ମୀର ଜୋନ୍ ପୁଲିସ କହିଛି। ତେବେ ୨୪ ଘଣ୍ଟା ମଧ୍ୟରେ ଏହା ପୁଲୱାମାରେ ଦ୍ବିତୀୟ ଆତଙ୍କବାଦୀ […]
ଶ୍ରୀନଗର: ଉତ୍ତରପ୍ରଦେଶର ଜଣେ ପ୍ରବାସୀ ଶ୍ରମିକଙ୍କର ଜମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଯାଇଛି। ପୁଲୱାମାର ତୁମଚି ନାଉପଡ଼ା ଅଞ୍ଚଳରେ ଆଜି ଆତଙ୍କବାଦୀମାନେ ଉତ୍ତରପ୍ରଦେଶ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଉକ୍ତ ପ୍ରବାସୀ ଶ୍ରମିକଙ୍କ ନାଁ ମୁକେଶ ସିଂହ। ଉକ୍ତ ଘଟଣା ପରେ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ରଖାଯାଇଛି ବୋଲି କାଶ୍ମୀର ଜୋନ୍ ପୁଲିସ କହିଛି। ତେବେ ୨୪ ଘଣ୍ଟା ମଧ୍ୟରେ ଏହା ପୁଲୱାମାରେ ଦ୍ବିତୀୟ ଆତଙ୍କବାଦୀ ଆକ୍ରମଣ। ରବିବାର ଦିନ ଇଦଗାହ ଅଞ୍ଚଳରେ ଇନ୍ସପେକ୍ଟର ମସରୁର ଅହମଦ ୱାନୀ କ୍ରିକେଟ୍ ଖେଳୁଥିବାବେଳେ ତାଙ୍କ ଉପରକୁ ଆତଙ୍କବାଦୀମାନେ ୩ ଥର ଗୁଳିମାଡ଼ କରିଥିଲେ।




