ଉତ୍ତରପ୍ରଦେଶ, ଅବିବାହିତା ଝିଅ ଗର୍ଭବତୀ ଥିବା ଜାଣିବାପରେ ପରିବାର ଲୋକ ନିଆଁ ଲଗାଇଦେଲେ
ଲକ୍ଷ୍ନୌ : ଉତ୍ତରପ୍ରଦେଶର ହାପୁର ଜିଲ୍ଲାରେ ଜଣେ ୨୩ ବର୍ଷୀୟା ଅବିବାହିତା ମହିଳା ଗର୍ଭବତୀ ଥିବା ଜାଣିବାପରେ ତାଙ୍କ ପରିବାର ସଦସ୍ୟ ତାଙ୍କ ଦେହରେ ନିଆଁ ଲଗାଇ ତାଙ୍କୁ ମାରିବାକୁ ଉଦ୍ୟମ କରିଛନ୍ତି। ନାୱଡ଼ା ଖୁର୍ଦ ଗ୍ରାମରେ ଏହି ଘଟଣା ଘଟିଛି। ମହିଳାଙ୍କୁ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ୭୦ ପ୍ରତିଶତ ଜଳି ଯାଇଛି। ମହିଳାଙ୍କ ମା’ ଏବଂ ଭାଇଙ୍କୁ ପୁଲିସ ହାଜତକୁ ନେଇଛି। ପୁଲିସ ଅନୁଯାୟୀ ମହିଳା ଜଣଙ୍କ ସେହି […]
ଲକ୍ଷ୍ନୌ : ଉତ୍ତରପ୍ରଦେଶର ହାପୁର ଜିଲ୍ଲାରେ ଜଣେ ୨୩ ବର୍ଷୀୟା ଅବିବାହିତା ମହିଳା ଗର୍ଭବତୀ ଥିବା ଜାଣିବାପରେ ତାଙ୍କ ପରିବାର ସଦସ୍ୟ ତାଙ୍କ ଦେହରେ ନିଆଁ ଲଗାଇ ତାଙ୍କୁ ମାରିବାକୁ ଉଦ୍ୟମ କରିଛନ୍ତି। ନାୱଡ଼ା ଖୁର୍ଦ ଗ୍ରାମରେ ଏହି ଘଟଣା ଘଟିଛି। ମହିଳାଙ୍କୁ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ୭୦ ପ୍ରତିଶତ ଜଳି ଯାଇଛି। ମହିଳାଙ୍କ ମା’ ଏବଂ ଭାଇଙ୍କୁ ପୁଲିସ ହାଜତକୁ ନେଇଛି। ପୁଲିସ ଅନୁଯାୟୀ ମହିଳା ଜଣଙ୍କ ସେହି ସମାନ ଗ୍ରାମର ଜଣେ ପୁରୁଷଙ୍କୁ ପ୍ରେମ କରୁଥିଲେ। ସେ ଗର୍ଭବତୀ ଥିବା ଜାଣିବାପରେ ତାଙ୍କ ପରିବାର ସଦସ୍ୟ ଖୁବ୍ ରାଗି ଯାଇଥିଲେ। ଗୁରୁବାର ଦିନ ମହିଳାଙ୍କ ମା’ ଏବଂ ଭଉଣୀ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପୀଡ଼ିତାଙ୍କ ଦେହ ଅତି ସାଂଘାତିକ ଭାବେ ଜଳି ଯାଇଥିଲା। ବରିଷ୍ଠ ପୁଲିସ ଅଫିସର ରାଜକୁମାର ଅଗ୍ରୱାଲ କହିଛନ୍ତି, ମହିଳାଙ୍କ ମା’ ଏବଂ ଭାଇଙ୍କ ବିରୋଧରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି ଏବଂ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି।




