ଉତ୍ତରପ୍ରଦେଶର ମଇନପୁରୀରେ ଦଳିତ ଯୁବତୀଙ୍କୁ ହତ୍ୟା, ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ମୃତଦେହ ଉଦ୍ଧାର

ଲକ୍ଷ୍ନୗ: ଉତ୍ତରପ୍ରଦେଶ ମଇନପୁରୀ ଜିଲ୍ଲାର କରହାଲ୍‌ରେ ଜଣେ ଦଳିତ ଯୁବତୀଙ୍କ ମୃତଦେହ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ଉଦ୍ଧାର କରାଯାଇଛି। ବିଧାନସଭା ନିର୍ବାଚନରେ ଯୁବତୀ ଜଣକ ବିଜେପିକୁ ସମର୍ଥନ ଦେବାରୁ ତାଙ୍କୁ ହତ୍ୟା କରାଗଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତରପ୍ରଦେଶରେ ଏକ ରାଜନୈତିକ ଝଡ଼ସୃଷ୍ଟି ହୋଇଛି। ଜିଲ୍ଲା ପୁଲିସ ମୁଖ୍ୟ ବିନୋଦ କୁମାର କହିଛନ୍ତି, ଯୁବତୀଙ୍କ ପିତା ପ୍ରଶାନ୍ତ ଯାଦବଙ୍କ ଅଭିଯୋଗ ଅନୁସାରେ, ସମାଜବାଦୀ ପାର୍ଟିର ସ୍ଥାନୀୟ କର୍ମୀ ପ୍ରଶାନ୍ତ ଯାଦବ ଓ […]

Samaya Live Picture
Published On

ଲକ୍ଷ୍ନୗ: ଉତ୍ତରପ୍ରଦେଶ ମଇନପୁରୀ ଜିଲ୍ଲାର କରହାଲ୍‌ରେ ଜଣେ ଦଳିତ ଯୁବତୀଙ୍କ ମୃତଦେହ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ଉଦ୍ଧାର କରାଯାଇଛି। ବିଧାନସଭା ନିର୍ବାଚନରେ ଯୁବତୀ ଜଣକ ବିଜେପିକୁ ସମର୍ଥନ ଦେବାରୁ ତାଙ୍କୁ ହତ୍ୟା କରାଗଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତରପ୍ରଦେଶରେ ଏକ ରାଜନୈତିକ ଝଡ଼ସୃଷ୍ଟି ହୋଇଛି। ଜିଲ୍ଲା ପୁଲିସ ମୁଖ୍ୟ ବିନୋଦ କୁମାର କହିଛନ୍ତି, ଯୁବତୀଙ୍କ ପିତା ପ୍ରଶାନ୍ତ ଯାଦବଙ୍କ ଅଭିଯୋଗ ଅନୁସାରେ, ସମାଜବାଦୀ ପାର୍ଟିର ସ୍ଥାନୀୟ କର୍ମୀ ପ୍ରଶାନ୍ତ ଯାଦବ ଓ ମୋହନ କାଥେରିଆ ଦୁଇ ଦିନ ପୂର୍ବେ ଘରକୁ ଆସିଥିଲେ। ତାଙ୍କ ଝିଅକୁ ସମାଜବାଦୀ ପାର୍ଟିକୁ ଭୋଟ ଦେବାକୁ କହିଥିଲେ। କିନ୍ତୁ ତାଙ୍କ ଝିଅ, ରାଜ୍ୟ ସରକାର ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଥିବାରୁ ବିଜେପିକୁ ଭୋଟ ଦେବ ବୋଲି କହିଥିଲା। ଏହାଶୁଣି ଦୁଇଜଣ ତାଙ୍କ ଝିଅକୁ ଧମକ ଦେଇ ଚାଲିଯାଇଥିଲେ। ଏହି ଘଟଣାରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରାଜ୍ୟ ବିଜେପି ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ, ଏହି ଘଟଣାରେ ସମାଜବାଦୀ ପାର୍ଟି ଓ ଅଖିଳେଶ ଯାଦବକୁ ତୀବ୍ର ସମାଲୋଚନା କରିଛନ୍ତି। ଅପରପକ୍ଷରେ, କରହାଲ୍‌ର ଏସ୍‌ପି ପ୍ରାର୍ଥୀ ତେଜ ପ୍ରତାପ ଯାଦବ ଓ ଏସ୍‌ପି ମୁଖପାତ୍ର ରାଜନ୍ଦ୍ରେ ଚୌଧୁରୀ ଏହା ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରି ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

Tags: