ଉତ୍ତରପ୍ରଦେଶର ଇଣ୍ଡି ମେଣ୍ଟର ଚମତ୍କାର ପ୍ରଦର୍ଶନ, ଏନଡିଏ ପଛରେ

ନୂଆଦିଲ୍ଲୀ: ପ୍ରାଥମିକ ପର୍ଯ୍ୟାୟ ଗଣତିରେ ଇଣ୍ଡି ମେଣ୍ଟ ଉତ୍ତରପ୍ରଦେଶରେ ଆଗରେ ହରିଛି। ବିଜେପି ଗଡ଼ରେ ଏବେ ଏନଡିଏ ଏବଂ ଇଣ୍ଡି ମେଣ୍ଟ ମଧ୍ୟରେ କଡ଼ା ଲଢ଼େଇ ଚାଲିଛି। ନିର୍ବାଚନ କମିସନ୍ ତଥ୍ୟ ଅନୁଯାୟୀ ଦିନ ପୂର୍ବାହ୍ନ ୧୧.୩୦ ସୁଦ୍ଧା ଏନଡିଏ ୩୪ ଆସନରେ ଆଗୁଆ ଥିବାବେଳେ ଇଣ୍ଡି ମେଣ୍ଟ ୪୫ ଆସନରେ ଆଗୁଆ ରହିଛି। ବିଜେପି ୩୨ ଆସନରେ ଆଗୁଆ ରହିଥିବାବେଳେ ଆରଏଲଡି ୨ ଆସନରେ ଆଗୁଆ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରାଥମିକ ପର୍ଯ୍ୟାୟ ଗଣତିରେ ଇଣ୍ଡି ମେଣ୍ଟ ଉତ୍ତରପ୍ରଦେଶରେ ଆଗରେ ହରିଛି। ବିଜେପି ଗଡ଼ରେ ଏବେ ଏନଡିଏ ଏବଂ ଇଣ୍ଡି ମେଣ୍ଟ ମଧ୍ୟରେ କଡ଼ା ଲଢ଼େଇ ଚାଲିଛି। ନିର୍ବାଚନ କମିସନ୍ ତଥ୍ୟ ଅନୁଯାୟୀ ଦିନ ପୂର୍ବାହ୍ନ ୧୧.୩୦ ସୁଦ୍ଧା ଏନଡିଏ ୩୪ ଆସନରେ ଆଗୁଆ ଥିବାବେଳେ ଇଣ୍ଡି ମେଣ୍ଟ ୪୫ ଆସନରେ ଆଗୁଆ ରହିଛି। ବିଜେପି ୩୨ ଆସନରେ ଆଗୁଆ ରହିଥିବାବେଳେ ଆରଏଲଡି ୨ ଆସନରେ ଆଗୁଆ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ଉତ୍ତରପ୍ରଦେଶର ୮୦ ଆସନରୁ ୬୨ ଆସନରେ ଜିତିଥିଲା। ଚଳିତ ଥର ଅଖିଳେଶ ଯାଦବଙ୍କ ନେତୃତ୍ବାଧୀନ ସମାଜବାଦୀ ପାର୍ଟି ୬୨ ଆସନରେ ଲଢ଼ୁଥିବାବେଳେ କଂଗ୍ରେସ ୧୭ ଆସନରେ ଲଢ଼ୁଛି। ବିଜେପି ଚଳିତ ଥର ଏହାର ପୁରୁଣା ସହଯୋଗୀ ଆପ୍ନା ଦଳ (ସୋନେଲାଲ୍) , ଜୟନ୍ତ ଚୌଧୁରୀ (ଆରଏଲଡି) ଏବଂ ଓପି ରାଜଭରର ସୁହେଲଦେବ ଭାରତୀୟ ସମାଜ ପାର୍ଟି ସହ ମେଣ୍ଟ କରି ନିର୍ବାଚନ ଲଢ଼ୁଛି। କଂଗ୍ରେସ ପାଇଁ ୨ଟି ସମ୍ମାନସ୍ପଦ ଆସନ ହେଉଛି ଆମେଥି ଏବଂ ରାଏବରେଲି।

.

Tags: